ମା ‘ ଭଉଣୀମାନେ କୃଷିର ମୁଖ୍ୟ ସାରଥୀ – ମୁଖ୍ଯମନ୍ତ୍ରୀ

ଆଜି କୃଷିର ଶ୍ରେଷ୍ଠ ପରିଚୟ ସୃଷ୍ଟି କରିବା କେବଳ ମହିଳାଙ୍କ ପାଇଁ ସମ୍ଭବ ହୋଇପାରୁଛି। କୃଷି ପାଇଁ ସେମାନଙ୍କ ଅବଦାନ ଅବର୍ଣ୍ଣନୀୟ। ମାନ୍ୟବର ପ୍ରଧାମନ୍ତ୍ରୀ ବାରଣାସୀରେ ଅନୁଷ୍ଠିତ ହୋଇଥିବା କୃଷକ ସମ୍ମାନ ସମ୍ମିଳନୀରେ ବିଶେଷ କରି ଆଜିର ମହିଳା ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ତାଙ୍କୁ ଆଗତ ଭବିଷ୍ୟତରେ କୃଷିର ଅନେକ ଉନ୍ନତି ଆଣିବା ପାଇଁ ପ୍ରୋତ୍ସାହିତ ମଧ୍ୟ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କିଷାନ ସମ୍ମାନ ନିଧିର ସପ୍ତଦଶ କିସ୍ତି ଜାରି କରିଛନ୍ତି। ଯାହାକି ଦେଶର ୯.୨୬ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ କିସ୍ତି ହସ୍ତାନ୍ତର ହୋଇଛି।ଏଥିସହ ପ୍ରଧାନମନ୍ତ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଚାଷୀମାନେ ଭାରତ ଅର୍ଥନୀତିର ଏକ ମେରୁଦଣ୍ଡ ସଦୃଶ, ତେଣୁ ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚାଷୀଭାଇମାନଙ୍କୁ ପ୍ରଥମ ଗୁରୁତ୍ଵ ଦେଇଛନ୍ତି। ଚାଷୀମାନେ ସମାଜର ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଧାନର କ୍ଵିଣ୍ଟାଲ ପ୍ରତି ଦର ୩୧୦୦ ଟଙ୍କା କରିବାକୁ ନିଷ୍ପତି ନିଆଯାଇଛି। ବରଗଡ଼ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ପ୍ରଦାନ ଶୁଭାରମ୍ଭ କରିବା ସହ ଆଗାମୀ ୧୦୦ ଦିନ ଭିତରେ ବରଗଡ଼ ସମେତ ଓଡ଼ିଶାର ଚାଷୀମାନେ ନିଶ୍ଚିତ ଭାବେ ଧାନର ବର୍ଦ୍ଧିତ ଦର ପାଇବେ ବୋଲି ଘୋଷଣା କରିଛନ୍ତି। ଆଜିର ଜୀବନଶୈଳୀ ସହଜ ହୋଇପାରୁଛି କେବଳ ଆମ ରାଜ୍ୟର ଚାଷୀ ଭାଇଙ୍କ ପାଇଁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×