ମିଶନ ଶକ୍ତି ମା’ମାନଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଶନ ଶକ୍ତି ମା’ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ ।

ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ପଇସା ଫେରସ୍ତ ହେବ। ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ହେବ। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହାର ଶୁଭାରମ୍ଭ ହୋଇଛି।

ଏହା ସହ ମିଶନ ଶକ୍ତି ମା ‘ ମାନଙ୍କୁ ୟୁନିଫର୍ମ ଓ ବ୍ଲେଜର ବାବଦକୁ ୭୩୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏହାର ଶୁଭାରମ୍ଭ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି।

ୟୁନିଫର୍ମ ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତି ମହିଳା ସଦସ୍ୟଙ୍କୁ ୧ହଜାର ଟଙ୍କା ଲେଖାଏଁ ମିଳିବ। ରାଜ୍ୟର ୭୦ ଲକ୍ଷ ମହିଳା ଏଥିରେ ଉପକୃତ ହେବେ। ସେହିପରି ଏସଏଚଜି ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟଙ୍କୁ ୨ହଜାର ଟଙ୍କା ଲେଖାଏଁ ଦିଆଯିବ। ଏଭଳି ଭାବେ ଦେଢ଼ ଲକ୍ଷ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ଓ ପରିଚାଳନା କମିଟି ସଦସ୍ୟାଙ୍କୁ ୨ ହଜାର ଟଙ୍କା ମିଳିବ। ମହିଳା ସଶକ୍ତିକରଣ ନେଇ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ମିଶନ ଶକ୍ତି ବଜାର ମିଶନ ଶକ୍ତି ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ଓ ସମୃଦ୍ଧ କରିବାରେ ସହାୟକ ହେବ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×