ମିଶନ ଶକ୍ତି ମହିଳାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କନଭେସନ ସେଣ୍ଟର୍, ଲୋକସେବା ସଦନ, ଭୁବନେଶ୍ୱରରେ ଏକ କାର୍ଯ୍ୟାଦେଶ ବଣ୍ଟନ ଓ ଚୁକ୍ତିନାମା ସ୍ବାକ୍ଷର ସମାରୋହ ଆୟୋଜିତ ହୋଇଛି। ଏଥିରେ ନିୟୋଜିତ ହେବାକୁ ଥିବା ୩୨୯ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ଚୁକ୍ତିନାମା ସ୍ୱାକ୍ଷର ସମାବେଶ ଆୟୋଜିତ ହୋଇଛି।

ଏହା ୫ଟି ପକ୍ଷରୁ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ପାଇଁ ଏକ ଉନ୍ନତିମୂଳକ ପଦକ୍ଷେପ। ଲୋକଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନରେ ଉନ୍ନତି ସହ ସ୍ୱଚ୍ଛତାକୁ ଗୁରୁତ୍ଵ ଦେଇ ୧୬ଟି ସହରରେ ୮୬ଟି ଜଳାଶୟ ରୂପାନ୍ତରଣ କରାଯାଉଛି।


ଏଥିସହ ୮୯ ନବନିଯୁକ୍ତ ପୌର କର୍ମଚାରୀଙ୍କ ନିଯୁକ୍ତି ପର୍ବର ଆୟୋଜନ କରାଯାଇଛି। ଯାହାଦ୍ଵାରା ଅନେକ ପୌର କର୍ମଚାରୀ ନବନିଯୁକ୍ତ ହୋଇପାରିବେ ଏବଂ ରୋଜଗାରକ୍ଷମ ହେବା ସହ ଆତ୍ମନିର୍ଭଶୀଳ ମଧ୍ୟ ହୋଇପାରିବେ ବୋଲି ମାନ୍ୟବର ମୁଖୟମନ୍ତ୍ରୀ କହିଛନ୍ତି। ଏହା ଆମ ପୋଖରୀ ଯୋଜନା ମାଧ୍ୟମରେ ଏକ ପ୍ରୟାସ, ଯାହା ମିଶନ ଶକ୍ତି ଗୋଷ୍ଠୀଙ୍କ ପାଇଁ ଏକ ନୂତନ ଆଶା ସୃଷ୍ଟି କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ ମାଧ୍ୟମରେ ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ପ୍ରଥମ ପ୍ରାଧାନ୍ୟତା ଦେଇଆସିଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×