ମିଶନ୍‌ ଶକ୍ତି ମହିଳାଙ୍କୁ ମିଳିବ ସ୍କୁଟର

0

ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ନେଇ ଆସିଛନ୍ତି । ରାଜ୍ୟ ସରକାରଙ୍କ ମିଶନ୍‌ ଶକ୍ତି ବିଭାଗ ଏ ଦିଗରେ ବେଶ ସଫଳତାର ସହ କାମ କରିଆସୁଛି । ରାଜ୍ୟର ମା’ ମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବାରେ ମିଶନ୍‌ ଶକ୍ତିର ଭୂମିକା ଅତୁଳନୀୟ । ତେବେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାୋର ବସିଥିବା କ୍ୟାବିନେଟ ବୈଠକ ରେ ଆଉ ଏକ ଯୋଜନା ଉପରେ ମୋହର ବାଜିଛି । ମିଶନ୍‌ ଶକ୍ତି ଜରିଆରେ ମିଶନ୍‌ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ହୋଇଛି । ଏହା ସ୍ୱୟଂ ସହାୟକ ଗୋଷ୍ଠୀ, ସିଏସ୍‌ଏସ୍‌ ତଥା ଇସି ମାନଙ୍କ ଯାତାୟତକୁ ସୁଗମ କରିବାରେ ସହାୟକ ହେବ । ଏହି ଯୋଜନାରେ ସଦସ୍ୟା ମାନେ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର ପାଇଁ ଏକ ଲକ୍ଷ ଟଙ୍କା ଯାଏଁ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ପାଇପାରିବେ । ଏହାକୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି ।

Leave A Reply

Your email address will not be published.

seven − 6 =