ମିଶନ ଶକ୍ତି ଦ୍ବାରା ସ୍ବାବଲମ୍ବୀ ହେଉଛନ୍ତି ମହିଳାମାନେ

0

ଜଙ୍ଗଲ ମଧ୍ୟରେ ପାହାଡ଼ ଓ ବନ୍ୟଜନ୍ତୁଙ୍କ ସହ ବସ ବାସ କରୁଥିବା ଆଦିବାସୀ ମହିଳାମାନେ ସରକାରଙ୍କ ସହଯୋଗ ଏବଂ ପ୍ରୋତ୍ସାହନରେ ଆଜି ଏକ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିଛନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନା ଦ୍ଵାରା ଏହା ବାସ୍ତବତାରେ ପରିଣତ ହୋଇଛି । ଏହା ଦେଖିବାକୁ ମିଳିଛି ଆଦିବାସୀ ମେଳାରେ । ଆଦିବାସୀ ଭାଷା ଏବଂ ସଂସ୍କୃତି ଏକାଡେମୀ, ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନଷ୍ଠିତ ହୋଇଛି ।

nano urea

ମିଶନ ଶକ୍ତି ଜରିଆରେ ବିଭିନ୍ନ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀରେ ମହିଳାମାନେ ସାମିଲ ହୋଇ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଆଦିବାସୀ ଅଧ୍ଯୁଷିତ ଜିଲ୍ଲାଗୁଡ଼ିକରୁ ଜନଜାତି ମହିଳାମାନଙ୍କର ହାତ ତିଆରି ବହୁ ପ୍ରକାର ସୌନ ସାମଗ୍ରୀ ସମେତ ଜଙ୍ଗଲରୁ ସଂଗୃହିତ ହେଉଥିବା ୩୦ରୁ ଉର୍ଦ୍ଧ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ମେଳାର ଗୁରୁତ୍ବ ବୃଦ୍ଧି କରିଛି । ଆଦିବାସୀ ଅଞ୍ଚଳର ଗାଁ ଗାଁରେ କିଭଳି ଗଢ଼ି ଉଠିଛି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଏହାଦ୍ବାରା ଆଦିବାସୀ ମହିଳାମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସେ ବିଷୟରେ ନିଜର ଅଭିଜ୍ଞତା ଗ୍ରାହକଙ୍କୁ ବଖାଣୁଛନ୍ତି । କେବଳ ଆଦିବାସୀ ନୁହେଁ ବରଂ ରାଜ୍ୟର ସମସ୍ତ ମହିଳାମାନେ ନିଜର ପରିଶ୍ରମ ବଳରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେମାନେ କହିଛନ୍ତି । ଆଦିବାସୀ ମେଳାରେ ଶତାଧିକ ମହିଳା ସ୍ବୟଂସହାୟକ ଗୋଷ୍ଠୀର ମାଆମାନେ ନିଜ ପ୍ରସ୍ତୁତି ସାମଗ୍ରୀ ବିକ୍ରୟ କରି ଆତ୍ମନିର୍ଭରଶିଳ ହୋଇ ପାରିଛନ୍ତି I ଜନଜାତି ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେମାନଙ୍କ ଜୀବନଯାତ୍ରାରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ମିଶନଶକ୍ତିର ଭୂମିକା ସମ୍ପର୍କରେ ଯେ ଗୁରୁତ୍ବପୂର୍ଣ ତାହା ମେଳା ପରିସରରେ ଖୋଲିଥିବା ଷ୍ଟଲଗୁଡ଼ିକରୁ ସ୍ପଷ୍ଟ ହେଉଛି ।

Leave A Reply

Your email address will not be published.

two × 1 =