କରଞ୍ଜିଆ ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଉଦଘାଟିତ

0

ଆଜି ମା’ ମାନେ କେବଳ ପଲ୍ଲୀ ଠାରୁ ଦିଲ୍ଲୀ ନୁହେଁ ବରଂ ଦେଶ ବିଦେଶରେ ଯାତ୍ରା କରି ନିଜ ଉଦ୍ୟୋଗର କଥା ପହଁଚାଇଛନ୍ତି। ଆଉ ଆମ ମା’ ମାନଙ୍କୁ ଆଜି ଶକ୍ତି ଯୋଗାଉଛି ମିଶନ୍‌‌ ଶକ୍ତି । ରାଜ୍ୟ ସରକାରଙ୍କ ଏକ ବିକଶିତ ପରିକଳ୍ପନା ହେଉଛି ମିଶନ ଶକ୍ତି । ଯେଉଁଠାରେ ମା’ ମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଜି ମିଶନଶକ୍ତି ମାଧ୍ୟମରେ ମା’ ମାନେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ରାଜ୍ୟସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଆଜି ସଫଳତାର ମହକ ବୁଣୁଛି ।

nano urea

ଏହି ଉପକ୍ରମ ରେ କରଞ୍ଜିଆ ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇ ଯାଇଛି। ମାନ୍ୟବର ମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଏହାକୁ ଉଦଘାଟନ କରିଛନ୍ତି। ମହିଳା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ରେ ଆଜି ସ୍ବାବଲମ୍ବୀ ହୋଇ ପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି।

Leave A Reply

Your email address will not be published.

five × five =