ଭବାନୀପାଟଣା ରେ ଉଦଘାଟିତ ହେଲା ମିଶନ ଶକ୍ତି କାଫେ

0

ବର୍ତ୍ତମାନ ସବୁ କ୍ଷେତ୍ରରେ ମହିଳାଙ୍କ ବିକାଶ ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଉଛି । ମିଶନ ଶକ୍ତି ମାଧ୍ୟମରେ ମହିଳା ଆଜି ସ୍ଵାବଲମ୍ବୀ ହୋଇ ରୋଜଗାର କରି ନିଜର ପରିବାର ଚଳାଉଛନ୍ତି । ଘରର ଚାରିକାନ୍ଥ ଭିତରେ ଥିବା ମହିଳା ଆଜି ପୁରୁଷଠୁ ଦୁଇ ପାଦ ଆଗରେ ଚାଲୁଛି ।

nano urea

ଏ ଦିଗରେ ମହିଳାଙ୍କୁ ଶକ୍ତି, ସାହାସ ଓ ବଞ୍ଚିବାର ବାଟ ଦେଖାଇଛନ୍ତି ସରକାର । ଏକ ଅର୍ଥନୈତିକ ଯୋଗଦାନ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁଥିବା ସରକାରଙ୍କ ପଦକ୍ଷେପଗୁଡିକ ମହାନ୍ ଭାବେ ଦେଖିବାକୁ ମିଳୁଛି। ତେବେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଥିବା ନବ ନିର୍ମିତ ବସ ଟର୍ମିନାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି କାଫେ ନିର୍ମାଣ କରାଯାଇ ଉଦଘାଟନ ହୋଇଛି। ଜିଲ୍ଲାପାଳ ପି ଅନ୍ଵେଷା ରେଡ଼ି ଓ ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇ ଉଦଘାଟନ କରିଛନ୍ତି ।

ସେ ମହିଳା ଉଦ୍ୟୋଗୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ସଫଳତା କରାଇବା ପାଇଁ ଉତ୍ସାହିତ କରିଥିଲେ। ମହିଳାମାନଙ୍କୁ ସେମାନଙ୍କର ନିଜର ବ୍ୟବସାୟ ଆରମ୍ଭ କରିବା ଏବଂ ରୋଜଗାର କରିବାର ସୁଯୋଗ ଯୋଗାଇ ମହିଳାମାନଙ୍କୁ ସଶକ୍ତି କରିବାକୁ ଲକ୍ଷ୍ୟ ରଖାଯାଇଛି ।ଏନେଇ ଜିଲ୍ଲାପାଳ ପି ଅନ୍ଵେଷା ରେଡ଼ି କହିଛନ୍ତି ଯେ, “ବସ ଟର୍ମିନାଲରେ ଯେଉଁ କାଫେ ଥିଲା ତାକୁ ମିଶନ ଶକ୍ତି କାଫେ କରିବାକୁ ଯୋଜନା କରିଥିଲୁ । ଏହା ଦ୍ବାରା ବସୁନ୍ଧରା ମହାସଂଘର ୪୦ ଜଣ ମହିଳା ଏଥିରେ ରୋଜଗାର ପାଇପାରିବେ । ମହିଳାମାନେ ସ୍ବାବଲମ୍ବୀ ହୋଇ ଦୁଇ ପଇସା ରୋଜଗାର କରିପାରିବେ । ଏଥିପାଇଁ ମୁଁ ତାଙ୍କୁ ଉତ୍ସାହିତ କରୁଛି ଆଶା କରୁଛି ଆମ ମିଶନ ଶକ୍ତି କାଫେ ଆଗକୁ ଭଲ ଚାଲିବ । “

Leave A Reply

Your email address will not be published.

16 − eight =