୩୬ ଜଣ ମିଶନ ଶକ୍ତି ମହିଳାଙ୍କୁ ମିଳିଲା ଦୁବାଇ ଯିବାର ସୁଯୋଗ

0

ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜର କାର୍ଯ୍ୟଦକ୍ଷତା ଓ ପରିଶ୍ରମ ମାଧ୍ୟମରେ ନିଜର ପାରଦର୍ଶିତା ପ୍ରକାଶ କରିପାରିଛନ୍ତି । ମହିଳା ସଶକ୍ତିକରଣ ମାଧ୍ୟମରେ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇ ନିଜର ଏବଂ ସମାଜର ହିତରେ ଲାଗିପଡିଛନ୍ତି । ସମଗ୍ର ରାଜ୍ୟରୁ ୩୬ ଜଣ ମହିଳାଙ୍କୁ ଦୁବାଇ ଗ୍ରସ୍ତ ରେ ମନୋନୀତ କରାଯାଇଛି । ସେମାନେ ଦୁବାଇ ଯାଇ ସେଠାରେ ଉତ୍ପାଦିତ ଦ୍ରବ୍ୟ ବିଷୟ ରେ ପ୍ରଚାର ଓ ପ୍ରସାର କରିବେ । ଏବଂ ସେଠାରୁ ଫେରି ଆସିବା ପରେ ଓଡ଼ିଶାରେ ନିଜର ଭଲ ବ୍ୟବସାୟ କରିପାରିବେ । ଏହାଦ୍ବାରା ମହିଳା ଆହୁରି ସଶକ୍ତ ହେବେ । ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ର ବିନୋଦିନୀ ପଟେଲ ଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ କହିବା ଅନୁସାରେ, ଉତ୍ପାଦିତ ଦ୍ରବ୍ୟ ଏବଂ ଉଦ୍ୟୋଗ କୁ କିପରି ଅତ୍ୟାଧୁନିକ ପର୍ଯ୍ୟାୟ ରେ ବିକଶିତ କରିହେବ ତାହାର ଜ୍ଞାନ ଆହରଣ କରିବାର ଆଶା ନେଇ ସେମାନେ ବିଦେଶ ଯାଉଛନ୍ତି।

nano urea


ଆଗରୁ ମହିଳା ମାନେ କେବଳ ଘରେ ବସିରହୁଥିଲେ ଏବଂ ନିର୍ଭରଶୀଳ ହେଉଥିଲେ କିନ୍ତୁ ବର୍ତ୍ତମାନ ସରକାର ଙ୍କ ସହଯୋଗ ଓ ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଇ ସେମାନଙ୍କର ଭବିଷ୍ୟତ ପାଇଁ ହିତାକାଙ୍କ୍ଷୀ ସାଜିଛନ୍ତି ଏବଂ ସେମାନଙ୍କର ବହୁ ସ୍ବପ୍ନ ସାକାର କରୁଛନ୍ତି। ମହିଳା ମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ ନୂତନ ପରିଚୟ ମିଳିପାରିଛି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ୫- ଟି ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

10 + two =