ଗଜପତିର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶା ବିପର୍ଯ୍ୟୟର ରାଜ୍ୟ ବୋଲି ଜଣାଶୁଣା । ତଥାପି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ସମସ୍ତଙ୍କ ସହଯୋଗ ଫଳରେ ଏ ସବୁ କୁ ପ୍ରତିହତ କରାଯାଇପାରୁଛି।  ବର୍ତ୍ତମାନ ସାରା ଓଡ଼ିଶାରେ ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ଗଜପତି ଜିଲ୍ଲାରେ ଅନେକ କ୍ଷୟକ୍ଷତି ଆକଳନ କରାଯାଇଛି । ଗଜପତି ଜିଲା ଦାୟିତ୍ୱ ରେ ଏବେ ଅଛନ୍ତି ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ବନ୍ୟା ହେଉ କି ବାତ୍ୟା ଏ ସବୁକୁ ମୁକାବିଲା କରିବାରେ ସେ ବେଶ୍ ପାରଙ୍ଗମ । ଏହି ଉପକ୍ରମ ରେ ଗଜପତି ଜିଲ୍ଲା କାଶୀନଗର ବ୍ଲକର ଖାଣ୍ଡବାର ସାରା ଗାଁରେ ପହଞ୍ଚି ବାତ୍ୟା ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କପା ଚାଷୀମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ । ଅମଳ ସମୟରେ କପା ଫସଲ ନଷ୍ଟ ହୋଇଥିବାରୁ ଚାଷୀ ଭାଇମାନଙ୍କ କ୍ଷତିର ଆକଳନ ଏବଂ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଏହାପରେ ବଂଶଧାରା ନଦୀର ବୃଦ୍ଧି ପାଉଥିବା ଜଳପତ୍ତନକୁ ଦୃଷ୍ଟିରେ ରଖି ପାଳସିଂଗି ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ସହ ଆଲୋଚନା କରି ବ୍ୟବସ୍ଥା କରିଛନ୍ତି ମନ୍ତ୍ରୀ । ପାଳସିଂଗି ବିଦ୍ୟାଳୟ ଏବଂ କାଶୀନଗରସ୍ଥିତ ସେଣ୍ଟ କାର୍ଲ ବୋରୋମସ ସ୍କୁଲରେ ଆଶ୍ରୟ ନେଇଥିବା ଲୋକଙ୍କୁ ଭେଟିବା ସହ ସେଠାରେ ପ୍ରସ୍ତୁତ ହେଉଥିବା ରନ୍ଧା ଖାଦ୍ୟର ମାନ ଯାଞ୍ଚ କରି ନିଜ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×