ସରକାର ପ୍ରତିବର୍ଷ ଖରିଫ ଋତୁରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ କିଛି ପରିବର୍ତ୍ତନ କରି ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ କିଛି ବୃଦ୍ଧି କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷୀ ଧାନ କ୍ଵିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଚାଷୀଙ୍କୁ ୬୯ ଟଙ୍କା ଅଧିକ ଦେବେ ବୋଲି ମତବ୍ୟକ୍ତ କରିଛନ୍ତି। ପୂର୍ବବର୍ଷ ଚାଷୀମାନେ ୩୧୦୦ ଟଙ୍କା ପାଉଥିବା ବେଳେ ଚଳିତ ବର୍ଷ ୩୧୦୦ ବଦଳରେ ୩୧୬୯ ପାଇବେ ରାଜ୍ୟର ଧାନ ଚାଷୀ। ଯାହାକି ଚାଷୀଙ୍କ ପାଇଁ ଏକ ଖୁସିର ବିଷୟ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରକାର ସମସ୍ତ ପ୍ରକାର ସୋପାନ ଚୟନ କରିଛନ୍ତି। ଗ୍ରେଡ ଏ ଧାନ ପାଇଁ କ୍ଵିଣ୍ଟାଲ ପିଛା ୩୧୮୯ ଟଙ୍କା ମିଳିବ ବୋଲି ସରକାର କହିଛନ୍ତି। ମାନ୍ୟବର କେନ୍ଦ୍ର ସରକାର କ୍ଵିଣ୍ଟାଲ ପିଛା ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ସ୍ଥିର କରିଥିବା ବେଳେ, ରାଜ୍ୟ ସରକାର କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେବେ ବୋଲି ସ୍ଥିର କରାଯାଇଛି। ଚାଷୀ ମାନେ ଯେଭଳି ଉତ୍ପାଦିତ ଧାନକୁ ସୁଚାରୁ ରୂପେ ବିକ୍ରି କରି ନିଜର ସଫଳ ମୂଲ୍ୟ ପାଇପାରିବେ, ସେଥିପ୍ରତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
