କ୍ରୀଡ଼ା ହଷ୍ଟେଲ୍ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ

ମିଲେଟ୍ ଏକ ଉଚ୍ଚ ଧରଣର ପୁଷ୍ଟିଶସ୍ୟ ହୋଇଥିବାରୁ ଏହା ସର୍ବଜନ ଆହାର ରେ ସାମିଲ ହୋଇପାରିବ । କ୍ରୀଡ଼ାବିତ୍‌ ମାନଙ୍କ ଉଚ୍ଚମାନର ପ୍ରଦର୍ଶନ ଲାଗି ମଧ୍ୟ ଯେଉଁ ପୋଷକ ତନ୍ତ୍ରର ଆବଶ୍ୟକତା ରହିଛି ତାହା ପୁଷ୍ଟିଶସ୍ୟ (ମିଲେଟ୍)ରୁ ମିଳିପାରିବ। ଏହି ମିଲେଟ ମିଶନ୍ ରେ ଯୋଗ ଦେଇଥିବା ବିଭିନ୍ନ ସଚିବ ତଥା ସ୍ଵଂୟ ସହାୟକ ଗୋଷ୍ଠୀ ର ମୁଖ୍ୟ କର୍ମୀ ମାନେ ବିଭିନ୍ନ ମତ ଦେଇଥିଲେ ।

ମିଲେଟ୍‌ର ଉପକାରିତା କୁ ଆଧାର କରି ଆଗାମୀ ଦିନରେ କ୍ରୀଡ଼ା ହଷ୍ଟେଲର ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବା ପାଇଁ ଯୋଜନା ରହିଛି ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର. ଭିନିଲକ୍ରୀଷ୍ଣା କହିଛନ୍ତି। ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ “ମାଣ୍ଡିଆ- ଆଧୁନିକ ଆହ୍ବାନ ପାଇଁ ପୁରାତନ ପୁଷ୍ଟିଶସ୍ୟ’ ବିଷୟ ଉପରେ ଅନୁଷ୍ଠିତ ହୋଇଥିବା ସମ୍ମିଳନ ରେ ଯୋଗ ଦେଇ ଶ୍ରୀ ଭିନିଲ୍‌କ୍ରୀଷ୍ଣା ଏହା କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସୁନାମଧନ୍ୟ କ୍ରୀଡ଼ା ବ୍ୟକ୍ତିତ୍ଵ କେ. ରବି କୁମାର ଓ ଅନୁପମା ସ୍ବାଇଁ ସେମାନଙ୍କ ସଫଳ କ୍ରୀଡାଯାତ୍ରାର ଅନୁଭୂତି ବର୍ଣ୍ଣନା କରିବା ସହ ପୁଷ୍ଟିଶସ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କିପରି ଗୁରୁତ୍ବପୂର୍ଣ୍ଣ ଥିଲା ତାହା ଉଲ୍ଲେଖ କରିଥିଲେ । ସ୍ବୟମଶ୍ରଦ୍ଧା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ କଳିଙ୍ଗ ଷ୍ଟାଡିୟମସ୍ଥିତ ମିଲେଟ ଶକ୍ତି ଆଉଟଲେଟ୍‌ର ମିନତୀ ସାବତ ଏହି ମିଲେଟ ଶକ୍ତି ଆଉଟଲେଟ୍‌ ତାଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ଅନ୍ୟ ସଦସ୍ୟମାନଙ୍କର ଜୀବନଜୀବିକାକୁ ସଶକ୍ତ କରି ସେମାନଙ୍କ ଜୀବନକୁ ରୂପାନ୍ତରିତ କରିପାରିଛି ବୋଲି ଜଣାଇଥିଲେ ।

ଆଥଲେଟ୍ ଓ କ୍ରୀଡ଼ାବିତମାନଙ୍କୁ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ପରଷିବାବେଳେ ସେମାନେ ବେଶ ଆନନ୍ଦ ଅନୁଭବ କରିଥାନ୍ତି ବୋଲି ଶ୍ରୀମତୀ ସାବତ କହିଥିଲେ। ପୁଷ୍ଟି ବିଶେଷଜ୍ଞ ଅଞ୍ଜଳି ଙ୍ଗେ ଓ ଲକ୍ଷ୍ମୀଶ୍ରୀ ପଣ୍ଡରଲା କ୍ରୀଡ଼ାବିତ୍‌ଙ୍କ ଜୀବନରେ ପୁଷ୍ଟିଶସ୍ୟର ପୌଷ୍ଟିକ ଗୁଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବା ସହ ଆଥଲେଟ୍‌ମାନଙ୍କର ଶାରୀରିକ ଦକ୍ଷତା ବୃଦ୍ଧି ଦିଗରେ ଏହା ସହାୟକ ହୋଇଥାଏ ବୋଲି କହିଥିଲେ। କ୍ରୀଡ଼ା ବିଭାଗର ଯୁଗ୍ମ ଶାସନ ସଚିବ ରଞ୍ଜିତ ପରିଡ଼ା ଶେଷ ରେ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×