ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ମିଳିତ ପ୍ରୟାସରେ ସ୍ଥାନ ପାଇଛି ମିଲେଟ୍ ଶକ୍ତି କାଫେ

         ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏଫଆଇଏଚ୍ ହକି ପ୍ରୋ ଲିଗ୍ ୨୦୨୪-୨୫ ରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ସ୍ୱୟଂ ଶ୍ରଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏକ ମିଲେଟ୍ ଶକ୍ତି ଷ୍ଟଲ୍ ସ୍ଥାନ ପାଇଥିଲା। ଦେଶ ବିଦେଶରୁ ଯୋଗ ଦେଇଥିବା ଦର୍ଶକ, ଖେଳାଳୀ ଓ ଅଧିକାରୀ ବୃନ୍ଦ ଏହି ଷ୍ଟଲ୍ ରେ ଉପଲବ୍ଧ ଥିବା ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବ୍ୟଞ୍ଜନ ଯଥା ମାଣ୍ଡିଆ ଆଳୁଚପ୍, ସାଣ୍ଡୱିଚ୍, ଚିକେନ୍ ପକୋଡ଼ା, ବରା, ନୁଡୁଲ୍ସ ଏବଂ ଅନ୍ୟାନ୍ୟ ଆଦି ଖାଦ୍ୟର ଭରପୁର ମଜା ନେଇଥିଲେ।

ମାଣ୍ଡିଆର ଲୋକପ୍ରିୟତା ଦେଖି ସବୁ ଦୈନନ୍ଦିନ ଖାଦ୍ୟରେ ଦିଆଯାଉଛି ମାଣ୍ଡିଆର ଛୁଙ୍କ। ଲୋକଙ୍କ ଆବଶ୍ୟକତାକୁ ଦେଖି ଗଢ଼ି ଉଠୁଛି ମିଲେଟ୍‌ କାଫେ। ବେଶ୍‌ ରୋଜଗାର ବି ହେଉଛି ଏବଂ ଏହା ଉପରେ ନିର୍ଭର କରୁଥିବା ମହିଳା ଆତ୍ମନିର୍ଭରଶୀଳ ହେଉଛନ୍ତି। ଖାଦ୍ୟର ଏକ ବିକଳ୍ପ ଯୋଗାଇଦେବା ଲାଗି ଆଉଟ୍‌ଲେଟ୍‌ରେ ମିଲେଟ୍‌ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଉଛି। ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ଏହି ମିଳିତ ପ୍ରୟାସ କେବଳ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ରୋଜଗାର ଯୋଗାଇଦେଉନି, ବରଂ ଲୋକମାନଙ୍କୁ ସୁଷମ ଖାଦ୍ୟ ଯୋଗାଇଦେଉଛନ୍ତି।

ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ

Spread the love

Leave a Comment

Your email address will not be published. Required fields are marked *

×