ମିଶନ ଶକ୍ତି ଏବଂ ଶ୍ରୀ ଅନ୍ନ ଅଭିଯାନର ମିଳିତ ସହଯୋଗରେ ମିଲେଟ୍ ଶକ୍ତି କାଫେ

ରାଜ୍ୟ ବଜେଟରେ ମିଲେଟ୍ ଜାତୀୟ ଫସଲର ଉତ୍ପାଦନ ଓ ବ୍ୟବହାରକୁ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ‘ଶ୍ରୀ ଅନ୍ନ’ ଅଭିଯାନ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାର ୬୪୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା କାର୍ଯ୍ୟକାରୀ ହେବା ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ ଚାଷୀଙ୍କୁ ବିଶେଷ ପ୍ରୋତ୍ସାହନ ମିଳିବ। ରାଜ୍ୟ ଭିତରେ ମିଲେଟର ଚାହିଦା କିପରି ବଢ଼ିବ ସେନେଇ ସରକାର ଏକ ସୁଦୃଢ଼ ଯୋଗାଣ ବ୍ୟବସ୍ଥା ସୃଷ୍ଟି କରିବେ। ଏହାସହ ମିଲେଟର ରପ୍ତାନୀ ଓ ଉତ୍ପାଦନକୁ ଦୁଇଗୁଣିତ କରାଯିବ।

ମିଲେଟ୍ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ ପାଇଁ ୪୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିବା ସହ ପୋଷଣ ସୁନିଶ୍ଚିତ ପାଇଁ ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ବିଭିନ୍ନ ଅନୁଷ୍ଠାନକୁ ମିଲେଟ୍ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ଏତତବ୍ୟତିତ ମିଶନ ଶକ୍ତି ଏବଂ ଶ୍ରୀ ଅନ୍ନ ଅଭିଯାନର ମିଳିତ ସହଯୋଗରେ ଅନେକ ସ୍ଥାନରେ ମିଲେଟ୍ ଶକ୍ତି କାଫେ ସ୍ଥାପନ କରାଯାଉଛି। ନିକଟରେ ବଲାଙ୍ଗୀରର ଦୁର୍ଗା ମନ୍ଦିର ସାମ୍ନାରେ ଏକ ମିଲେଟ୍ ଶକ୍ତି କାଫେ ସ୍ଥାପନ କରାଯାଇଛି। ଏହା ଶ୍ୟାମା ସ୍ୱୟଂ ସହାୟକ ଗୋଷ୍ଠୀର ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଛି। ଏହି କାଫେ ମାଧ୍ୟମରେ ସମସ୍ତେ ମିଲେଟ୍ ପ୍ରସ୍ତୁତ ସମସ୍ତ ପ୍ରକାର ମିଠା, ସ୍ନାକ୍ସ ଏବଂ ଖାଦ୍ୟ ବ୍ୟଞ୍ଜନ ମଧ୍ୟ ପାଇପାରିବେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×