ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟରେ ମିଲାପ୍ -୨୦୨୪ ଅନୁଷ୍ଠିତ

ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟରେ ମିଲାପ୍ – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ମିଲାପ୍ କାର୍ଯ୍ୟକ୍ରମ ମତ୍ସ୍ୟ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ କରାଯାଇଥିଲା। ରାଜ୍ୟର କୋଣ ଅନୁକୋଣରେ ଧିରେ ଧିରେ ଚାଷ କାର୍ଯ୍ୟ ଅର୍ଥାତ୍ କେବଳ ଧାନ, ଗହମ, ମାଣ୍ଡିଆ ଜାତୀୟ ଚାଷ ନୁହଁ ବରଂ ପନିପରିବା ଚାଷ, ପଶୁପାଳନ ଏବଂ ମତ୍ସ୍ୟ ଚାଷ ମଧ୍ୟ ବୃଦ୍ଧି ହେବାରେ ଲାଗିଲାଣି। ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ମିଲାପ୍ କାର୍ଯ୍ୟକ୍ରମରେ ବିଶେଷ କରି ଷ୍ଟାର୍ଟଅପ୍ କୁ ନେଇ ମୁଖ୍ୟ ଆଲୋଚନା କରାଯାଇଥିଲା।

ଅନୁଷ୍ଠିତ ଏହି ମିଲାପ୍ କାର୍ଯ୍ୟକ୍ରମରେ ବିଶେଷ ଖ୍ୟାତି ଏବଂ ପରିଚୟ ସୃଷ୍ଟି କରିଥିବା ପୂର୍ବତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ, ଏଥି ସହ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ମଧ୍ୟ ଯୋଗଦେଇଥିଲା। ଏତଦ୍ ବ୍ୟତୀତ ଅନେକ କର୍ମକର୍ତ୍ତା ଓ ମୁଖ୍ୟ ଅତିଥି ହିସାବରେ ଡି ଶୁଭମ୍, ସବ୍ୟସାଚୀ ପରିଡ଼ା, ସମ୍ବିତ ତ୍ରିପାଠୀ ଓ ବିଜ୍ଞାନ ମିହିର ରାଉତ ମଧ୍ୟ ଯୋଗଦେଇଥିଲେ। ସେମାନେ ଏହି ଅବସରରେ ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ୨୦୧୭ ମସିହାରୁ ଆରମ୍ଭ କରିଥିବା ଏହି ଯାତ୍ରା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଯୋଗଦେଇଥିବା ଅନେକ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ମତ୍ସ୍ୟ ମହାବିଦ୍ୟାଳୟର ସହକାରୀ ଡିନ୍ ଡ ସମ୍ୱିତ୍ ସ୍ୱାଇଁ ଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଛାତ୍ରଛାତ୍ରୀମାନଙ୍କ ସହଯୋଗ ପାଇଁ ଏହାର ସଫଳ ରୂପାୟନ ହୋଇଥିଲା।

Spread the love

Leave a Comment

Your email address will not be published. Required fields are marked *

Scroll to Top
×