ଘନ ଜୀବାମୃତର ପ୍ରସ୍ତୁତି ଏବଂ ପ୍ରୟୋଗ ବିଧି

ଘନ ଜୀଵାମୃତ ପ୍ରୟୋଗ ଦ୍ଵାରା ମୃତ୍ତିକାରେ ଅଣୁଜୀବ ପରିମାଣ ବୃଦ୍ଧି ହୋଇଥାଏ ଏବଂ ଫସଲ କୁ ଠିକ ଭାବେ ଖାଦ୍ୟସାର ପ୍ରଦାନ କରିଥାଏ। ତେଣୁ ଘନ ଜିବାମୃତ ପ୍ରସ୍ତୁତି ପ୍ରଣାଳୀ ଏବଂ ପ୍ରୟୋଗ ବିଧି ଜାଣିବା ନିତାନ୍ତ ଜରୁରୀ। ଏହାକୁ ଆମେ କୃତ୍ରିମ ଉପାୟରେ ପ୍ରସ୍ତୁତ କରିପାରିବା। ଘନ ଜୀବାମୃତ ପ୍ରସ୍ତୁତ କରିବା ପାଇଁ ଦରକାର ହୋଇଥାଏ ଏକ ସପ୍ତାହର ଗୋବର ( ୧୦୦ କିଗ୍ରା), ଗୁଡ (୨ କିଗ୍ରା), ବେସନ, ବିରିଚୁନା, ମୁଗଚୁନା (୨ କିଗ୍ରା), ଉଇହୁଙ୍କା ମାଟି/ ବରଗଛ ତଳ ମାଟି (୧ ମୁଠା), ଗୋମୁତ୍ର ଓ ପଲିଥିନ ଚାଦର।

ଗୋବର, ଗୁଡ, ଡାଲିଚୁନା ଓ ମାଟିକୁ, ଆବଶ୍ୟକତା ଅନୁଯାୟୀ, ପଲିଥିନ ଚାଦର ଉପରେ ଭଲକରି ମିଶାନ୍ତୁ। ଗୋମୁତ୍ରକୁ ଏହି ମିଶ୍ରଣ ସହିତ ଭଲଭାବେ ମିଶାନ୍ତୁ ଯେପରି କି କଠିନ ଅବସ୍ଥାକୁ ଆସିବ। ସେହି କଠିନ ମିଶ୍ରଣକୁ ଘଷି ପାରିଲା ଭଳି ପାରି ଛାଇରେ ସୁଖାନ୍ତୁ କିମ୍ବା ଛାଇ ସ୍ଥାନରେ ଖେଳାଇ ଦିଅନ୍ତୁ। ଏହାକୁ ପ୍ରୟୋଗ କରିବା ପାଇଁ ୧୦ କିଗ୍ରା ଘନ ଜୀବାମୃତକୁ ଗୁଣ୍ଡ କରି ଭଲଭାବେ ୧୦୦ କିଗ୍ରା ସଢା ଗୋବର ଖତ ମିଶାନ୍ତୁ। ଶେଷଥର ହଳ କରିବାବେଳେ, ଏହି ମିଶ୍ରଣକୁ ଜମିରେ ପ୍ରୟୋଗ କରି ହଳ କରନ୍ତୁ। ଏହାଦ୍ବାରା ମୃତ୍ତିକାରେ ଅଣୁଜୀବ ପରିମାଣ ବୃଦ୍ଧି ହେଇପାରିବ ଏବଂ ଉତ୍ତମ ଫସଲ ପାଇପାରିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×