ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି, ଯାହାଦ୍ବାରା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଲଘୁଚାପ ବର୍ଷା ହେବାର ଅନୁମାନ କରାଯାଉଛି। ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ରାଜ୍ୟର ଚାରୋଟି ଜିଲ୍ଲାର କଟକ, କେନ୍ଦ୍ରାପଡ଼ା, ଯାଜପୁର ଏବଂ ଜଗତସିଂହପୁରକୁ ଓରେଞ୍ଜ ୱାର୍ଣିଂ ଜାରି କରାଯାଇଛି। ବାକି ୨୬ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯିବା ସହ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
ସକ୍ରିୟ ଲଘୁଚାପ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ପ୍ରଭାବିତ କରିବ। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ସମେତ ଆଊ ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନାରୁ ଜଣାପଡିଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେଉଥିବାରୁ ୪୦ କିଲୋମିଟର ପ୍ରତି ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସାଧାରଣତଃ ମୌସୁମୀ ବାୟୁ ଜୁନ ୧୨ ରୁ ୧୫ ମଧ୍ୟରେ ଆସିଥାଏ, କିନ୍ତୁ ଚଳିତ ବର୍ଷ ଏହା ଆଗରୁ ଆସିଥିବାରୁ ବର୍ତ୍ତମାନ ପ୍ରାକ୍ ମୌସୁମୀ ବର୍ଷା ଲାଗିରହିଛି, ଏଥିସହ ଆସନ୍ତା ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦିଆଯାଇଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ