ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ମଣ୍ଡି ଉଦଘାଟିତ

            ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ ଡାଙ୍ଗବାଡ଼ି ଗ୍ରାମରେ ଶ୍ରୀ ଅନ୍ନ ଅଭିଯାନ ଦ୍ଵାରା ନୂତନ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରାଯାଇଛି। ଯାହାକି ଚାଷୀ ଭାଇଭଉଣୀମାନଙ୍କୁ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମାଣ୍ଡିଆର ଉଚିତ୍ ମୂଲ୍ୟ ପାଇବାରେ ସହାୟକ ହେବା ସହିତ ମାଣ୍ଡିଆର ପ୍ରଚାର ଓ ବଜାରୀକରଣ ଧାରାକୁ ତ୍ବରାନ୍ବିତ କରିବ ବୋଲି ଆଶା କରାଯାଉଛି। ମୁନିଗୁଡା ଅଞ୍ଚଳର ଅନେକ ସମ୍ମାନିତ ଅତିଥି ଏବଂ ମୁଖ୍ୟ ମାଣ୍ଡିଆ ଚାଷୀଙ୍କ ସଭାପତିତ୍ବରେ ଏହି ମଣ୍ଡି ଉଦଘାଟନ କରାଯାଇ ମଣ୍ଡିକୁ ସୁଚାରୁ ରୂପେ ପରିଚାଳନା କରାଯିବା ପାଇଁ ଉପଦେଶ ଦିଆଯାଇଛି।

ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ମାଣ୍ଡିଆକୁ ଉତ୍ତମ ଗୁଣବତ୍ତା ସହ ମଣ୍ଡିରେ ଦେବା ପାଇଁ ସମସ୍ତ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି। ମଣ୍ଡିରେ ମାଣ୍ଡିଆ ସଂଗ୍ରହର ସରକାରୀ ପ୍ରଣାଳୀ ପରେ ମାଣ୍ଡିଆର ସମ୍ପୁର୍ଣ୍ଣ ମୂଲ୍ୟ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯିବ ବୋଲି ସୂଚନା ଦେଇଛନ୍ତି ସଂପୃକ୍ତ ଅଧିକାରୀ। ରାଜ୍ୟରେ ମାଣ୍ଡିଆର ଚାହିଦା ଧୀରେ ଧୀରେ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ଚାଷୀମାନେ ଅନ୍ୟ ଚାଷ ପରିବର୍ତ୍ତେ ମାଣ୍ଡିଆ ଚାଷ କରିବା ନେଇ ଦେଖିବାକୁ ମିଳୁଛି। ଯାହାକି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା, ମଣ୍ଡି ପ୍ରତିଷ୍ଠା ଏବଂ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁ ରୁପେ ପରିଚାଳନା କରିବା ପରେ ଏବେ ମାଣ୍ଡିଆ ପାଇଁ ମଧ୍ୟ ଅଭିଯାନ ଆରମ୍ଭ କରିଥିବାରୁ ଚାଷୀମାନେ ଉତ୍ସାହିତ ଅଛନ୍ତି।

ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ

Spread the love

Leave a Comment

Your email address will not be published. Required fields are marked *

Scroll to Top
×