କଦଳୀ ଗଛର ପାନାମା ଝାଉଁଳା ରୋଗର ପରିଚାଳନା

କଦଳୀ ଗଛରେ ହେଉଥିବା ପାନାମା ଝାଉଁଳା ରୋଗ ଏକ ମୃତ୍ତିକାବାହୀ ଫିମ୍ପିଜନିତ ରୋଗ ଯାହା ଚେର ଦ୍ଵାରା ଗଛକୁ ବ୍ୟାପିଥାଏ । ଏହି ରୋଗ ଦେଖାଦେଲେ ଗଛ ହଠାତ ଝାଉଁଳି ପଡେ ଏବଂ ପତ୍ର ହଳଦିଆ ଦେଖାଯାଏ। ବାହୁଙ୍ଗା ମୂଳରୁ ଭାଙ୍ଗିଯାଇ ଓହଲିରୁହେ। ଗଛର ଗଣ୍ଡି ଫାଟିଯାଏ। ଏହି ରୋଗର ପରିଚାଳନା ପାଇଁ ମୂଳରୁ ସତର୍କ ରହିବା ଉଚିତ୍। ରୋଗର ଠିକ୍ ସମୟରେ ପରିଚାଳନା ଆପଣଙ୍କ ଗଛକୁ ବଞ୍ଚେଇପାରିବ।

ଏହି ରୋଗ ସାଧାରଣତଃ ଓଡ଼ିଶାରେ ଚାଷ ହେଉଥିବା ବନ୍ତଳ, ପାଟକପୁରାରେ ଦେଖାଯାଏ। ତେଣୁ ଚମ୍ପା, ନାଲି କଦଳୀ ଆଦି କିସମ ଚୟନ କରନ୍ତୁ। ନିରୋଗ ପୁଆ ସଂଗ୍ରହ କରନ୍ତୁ। ପୂଆ ଲଗାଇବା ପୂର୍ବରୁ ଗାତ ପ୍ରତି ୪୦ ଗ୍ରାମ ଚୂନ ପ୍ରୟୋଗ କରନ୍ତୁ। ପ୍ରତି ଲିଟର ପାଣିରେ ୨ ଗ୍ରାମ କାର୍ବେଣ୍ଡାଯାଇମ୍ ଓ ୨ ମିଲି ଫିପ୍ରୋନିଲ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ଏହି ଦ୍ରବଣରେ ପୁଆ ଗୁଡ଼ିକୁ ୪୫ ମିନିଟ ରୁ ୧ ଘଣ୍ଟା ପର୍ଯ୍ୟନ୍ତ ବୁଡାଇ ବିଶୋଧନ କରି ଲଗାନ୍ତୁ। ଏହା ପରେ ପ୍ରତି ମାସରେ ଗଛ ପିଛା ୪ ଲିଟର ପାଣିରେ ୮ ଗ୍ରାମ କାର୍ବେଣ୍ଡାଯାଇମ୍ ମିଶାଇ ମୁଲଭିଯା କରନ୍ତୁ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×