ମାର୍ଗଶିର ଗୁରୁବାରରେ ଘରେ ସାମିଲ କରନ୍ତୁ ମାଣ୍ଡିଆ

0

ବର୍ତ୍ତମାନ ସମୟରେ ମାଣ୍ଡିଆ ର କଥା କହିଲେ ନସରେ । ଏକ ପୁଷ୍ଟିଜନିତ ପୁରାତନ ଖାଦ୍ୟଶସ୍ୟ ଭାବେ ମଣ୍ଡିଆକୁ, ବର୍ତ୍ତମାନ ସମୟରେ ନୂଆ ରୂପ ଦେବାପାଇଁ ରାଜ୍ଯ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି। ମଣ୍ଡିଆରେ ବହୁ ପ୍ରକାର ଭିଟାମିନ ରହିଛି । ତେଣୁ ପରିବେଶ ଓ ସ୍ଵାସ୍ଥ୍ୟ ପାଇଁ ହିତକର, ପୃଷ୍ଟିଶସ୍ୟ ର ବହୁଳ ବ୍ୟବହାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରାଯାଇଛି। କାରଣ ମିଲେଟ ଉତ୍ପାଦନ ପାଇଁ କମ୍ ଜଳ ବ୍ୟବହାର କରେ ଏବଂ ଅଳ୍ପ ସମୟ ମଧ୍ୟରେ ବଢିଯାଏ । ମାଣ୍ଡିଆ ବର୍ତ୍ତମାନ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ପରିଗଣିତ ହେଇଛି । କେବଳ ଓଡିଶା କିମ୍ବା ଭାରତ ନୁହେଁ ବରଂ ଦୁବାଇ ଭଳି ବାହାର ଦେଶରେ ମଧ୍ୟ ମାଣ୍ଡିଆ ର ଚର୍ଚ୍ଚା ହେଉଛି । ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନେ ସରକାରଙ୍କ ସାହାଯ୍ୟ କ୍ରମେ ମାଣ୍ଡିଆ ରୁ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରି ବିକ୍ରି କରୁଛନ୍ତି । ଚାଷୀମାନେ ସରକାର ଙ୍କ ସହାୟତା ନେଇ ଅଧିକ ଅଧିକ ମାଣ୍ଡିଆ ଅମଳ କରୁଛନ୍ତି । ମାଣ୍ଡିଆ ଗୁଡିକର ମଧ୍ୟ ପୁଷ୍ଟିକର ମୂଲ୍ୟ ରହିଛି ଯଥା ; କ୍ଷୁଦ୍ରଧାରୀ ଚାଷୀଙ୍କୁ ସଶକ୍ତ କରିବା, ସ୍ଥାୟୀ ବିକାଶ ହାସଲ କରିବା, କ୍ଷୁଧା ଦୂର କରିବା, ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା, ଜୀବ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ କୃଷି-ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ।

nano urea

୨୦୨୨ ନଭେମ୍ବର ୧୦ ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଆବହମାନ କାଳରୁ ମାଣ୍ଡିଆକୁ ଆଦିଅନ୍ନ ର ମାନ୍ୟତା ଦିଆଯାଉଛି । ଯେପରି ଧାନ ଭାରତର ଏକ ମୁଖ୍ୟ ଶସ୍ୟ ଭାବେ ଚାଷ କରି ମା ଲକ୍ଷ୍ମୀଙ୍କୁ ଆରାଧନା କରାଯାଏ । ସେହିପରି ବର୍ତ୍ତମାନ ସମୟରେ ମାଣ୍ଡିଆ ମଧ୍ୟ ଏକ ମୁଖ୍ୟଶସ୍ୟ ଭାବେ ଚାଷ କରାଯାଉଛି । ତେଣୁ କାଲି ୩୦ ନଭେମ୍ବର ୨୦୨୩ ହେଉଛି ମାର୍ଗଶିର ମାସର ପ୍ରଥମ ଗୁରୁବାର । କାଲିର ଏହି ପର୍ବ ଅବସରରେ ସମସ୍ତ ମା’ ଓ ଭଉଣୀମାନେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ମା’ଙ୍କ ପାଖରେ ଭୋଗ ଲଗାଇ ମାଣ୍ଡିଆ କୁ ଏବଂ ମା ଲକ୍ଷ୍ମୀଙ୍କୁ ଆରାଧନା କରି ଦିନଟିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.

12 + five =