ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ

ଚଳିତ ମାସ ୨୯ ତାରିଖରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିବେ ବୋଲି ପ୍ରତିଶୃତି ଦେଇଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ। ତାଙ୍କ ଉଦ୍ୟମରେ ବିକଶିତ କୃଷି ସଂକଳ୍ପ ଅଭିଯାନ ସାରା ଦେଶରେ ଆୟୋଜନ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏହି ୧୫ ଦିନିଆ ଅଭିଯାନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ପ୍ରାୟ 20ଟି ରାଜ୍ୟ ଗସ୍ତ କରିବେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ (ପରୀକ୍ଷାଗାରରୁ ଚାଷଜମି ପର୍ଯ୍ୟନ୍ତ) ଦୃଷ୍ଟିକୋଣ ଏବଂ ଏକ ବିକଶିତ ଭାରତର ଧାରଣାକୁ ସାକାର କରିବା ଇତି ମଧ୍ୟରେ ମୋଟ ୨,୧୭୦ଟି ଦଳ ୭୦୦ରୁ ଅଧିକ ଜିଲ୍ଲା, ୬୫,୦୦୦ ଗ୍ରାମ ଏବଂ ପାଖାପାଖି ଦେଢ଼ କୋଟି କୃଷକଙ୍କ ନିକଟରେ ପହଞ୍ଚିବେ ବୋଲି ଆଶା କରାଯାଇଛି।

ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଯୋଗ ଦେଇ ସାକ୍ଷୀଗୋପାଳ ସ୍ଥିତ ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରରେ ଅଭିଯାନର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ କରାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×