ସୁଆଁ ଚାଷର ଅମଳ ବୃଦ୍ଧି ପାଇଁ ଜମି ପ୍ରସ୍ତୁତି, ବିହନ ମାତ୍ରା ଓ ସାର ପରିଚାଳନା

ଆଦିବାସୀଙ୍କ ମୁଖ୍ୟ ଖାଦ୍ୟ ମାଣ୍ଡିଆକୁ ସରକାର ମିଲେଟ୍ ମିଶନରେ ସାମିଲ୍ କରିଛନ୍ତି। ମାଣ୍ଡିଆ ଅତ୍ୟଧିକ ପୁଷ୍ଟିକର ସହ ବିଭିନ୍ନ ରୋଗ ପ୍ରତିରୋଧକ ଭାବେ କାମ କରୁଥିବାରୁ ସରକାର ଏହି ଚାଷକୁ ଗୁରୁତ୍ବ ଦେଇଛନ୍ତି। ଫଳରେ ଅନ୍ୟ ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟ ଚାଷ ସୁଆଁ, ଯଅ, ବାଜରା, କାଙ୍ଗୁ ଲୋପ ପାଇବାକୁ ବସିଲାଣି। ପୁଷ୍ଟିଶସ୍ୟର ବିଭିନ୍ନ ପ୍ରଜାତିର ଫସଲ ମଧ୍ୟରୁ ଓଡିଶାରେ ସୁଆଁ ଚାଷ ଅପେକ୍ଷାକୃତ ଅଳ୍ପ ଭାବେ ପ୍ରଚଳିତ। ସୁଆଁରୁ ମୁଖ୍ୟତଃ ବିସ୍କୁଟ, କେକ, ଉପମା,ଖିରୀ ଇତ୍ୟାଦି ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ହେଲେ ଏହି ସୁଆଁ ଚାଷକୁ ପ୍ରମୁଖ ଜୀବିକା ଭାବେ ଗ୍ରହଣ କରି ଆୟର ପନ୍ଥା ଭାବେ ଗ୍ରହଣ କରୁଛନ୍ତି ଅନେକ ଚାଷୀ।

ସୁଆଁ ଚାଷର ଅମଳ ବୃଦ୍ଧି ପାଇଁ ଆମେ ପ୍ରଥମେ ଉତ୍ତମ ଜମି ପ୍ରସ୍ତୁତ କରିବାକୁ ପଡ଼ିଥାଏ। ତେଣୁ ସୁଆଁ ଚାଷ କରିବା ପୂର୍ବରୁ ଜମିକୁ ୨ ରୁ ୩ ଥର ଚାଷ କରି ସେଥିରେ ୨ ଟନ୍ ଭଲ ଭାବେ ସଢି ଯାଇଥିବା ଖତ ମିଶାଯାଇଥାଏ। ଏହାପରେ ଛଟାବୁଣା ପାଇଁ ଏକର ପ୍ରତି ୫ ରୁ ୬ କି.ଗ୍ରା. ଏବଂ ଧାଡ଼ି ବୁଣା ପାଇଁ ଏକର ପ୍ରତି ୪ ରୁ ୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ। ବୁଣିବା ବେଳେ ଧାଡିକୁ ଧାଡ଼ି ୨୫ ସେମି ବ୍ୟବଧାନ ଓ ୩ ରୁ ୪ ସେମି ଗଭୀରରେ ମଞ୍ଜି ବୁଣାଯିବା ଆବଶ୍ୟକ। ମୂଳସାର ହିସାବରେ ଶେଷ ଓଢ ଚାଷ ସମୟରେ ଏକର ପ୍ରତି ୧୭ କି.ଗ୍ରା , ୨ କି.ଗ୍ରା ୟୁରିଆ ଏବଂ ୧୩ କି.ଗ୍ରା ଏମଓପି ମାଟିରେ ମିଶାଯାଇଥାଏ। ଗଛ ଉଠିବାର ୧୮ ରୁ ୨୦ ଦିନ ପରେ ଏକର ପ୍ରତି ୨୬ କି.ଗ୍ରା ୟୁରିଆ ପକାଯାଇଥାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×