ଲକ୍ଷପତି ଦିଦି ଯୋଜନା : ମହିଳା ସଶକ୍ତିକରଣ ପାଇଁ କଲ୍ୟାଣକାରୀ ପଦକ୍ଷେପ

ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ‘ଲକ୍ଷପତି ଦିଦି’ ପଦକ୍ଷେପ ଘୋଷଣା କରିଥିଲେ, ଯାହାର ଉଦ୍ଦେଶ୍ୟ ଦେଶବ୍ୟାପୀ କୋଟି କୋଟି ମହିଳାଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିବା। ପୂର୍ବରୁ ସୀମିତ ସଂଖ୍ୟକ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟକ୍ରମ ଏବେ ଏହାର ପରିସର ଓ ପ୍ରଭାବକୁ ଜାତୀୟ ସ୍ତରରେ ବର୍ଷକୁ ବର୍ଷ ଅଧିକରୁ ଅଧିକ ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି। ଏହି କାର୍ଯ୍ୟକ୍ରମ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ସହିତ ଗୋଷ୍ଠୀ ର ବିକାଶ ଏବଂ ପାରିବାରିକ ସ୍ଥିରତା ପାଇଁ ପ୍ରୟାସ କରିଥାଏ।

ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିବା ଲକ୍ଷପତି ଦିଦି ଯୋଜନା – ୨୦୨୫ ରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ୨୫ଟି ରାଜ୍ୟରୁ ଆସିଥିବା ଲକ୍ଷପତି ଦିଦିଙ୍କୁ ସ୍ବାଗତ କରି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି। ଦେଶର ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମାତ୍ର ବର୍ଷକ ଭିତରେ ରାଜ୍ୟରେ ୧୬ ଲକ୍ଷ ୪୦ ହଜାର ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ଏବଂ ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ଜଣାପଡିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×