ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ମହିଳା ସଶକ୍ତିକରଣ ଧାରାକୁ ଆହୁରି ତ୍ବରାନ୍ୱିତ କରିବା ସହ ଏହି ଯୋଜନା ଦ୍ୱାରା କମ୍ୟୁନିଟି ସପୋର୍ଟ ଷ୍ଟାଫ ମା’ ମାନେ ବିଶେଷ ଉପକୃତ ହେବା ସହ ବିକଶିତ ଓଡ଼ିଶା ଗଠନରେ ମା’ମାନଙ୍କ ଭାଗିଦାରୀ ବଢ଼ିବ ବୋଲି ସେ କହିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ୨୦୨୭ ସୁଦ୍ଧା ୨୫ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ। ଏଥିପାଇଁ ଗ୍ରାମ ପଞ୍ଚାୟତ ସଂଘ ବା ଜିପିଏଲ୍ଏଫ୍ମାନଙ୍କୁ ଅନୁଦାନ ପ୍ରଦାନ କରାଯିବ। ଏହି ଯୋଜନା ଦ୍ବାରା ୬୨ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଲାଭବାନ ହେବେ। ସେମାନେ ଏପ୍ରିଲ, ୨୦୨୪ରୁ ପିଛିଲା ଭାବେ ପାରିଶ୍ରମିକ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ବେଶ୍ ପ୍ରଶଂସିତ ହେବା ସହ, ରାଜ୍ୟର ମହିଳାମାନେ ମଧ୍ୟ ଉତ୍ସାହିତ ଅଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ