କୃଷି ବିଦ୍ୟାନିଧି ଯୋଜନା : ଧନ୍ଦାମୂଳକ ତଥା ବୈଷୟିକ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା

କୃଷକ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ନହେବା ପାଇଁ ସି.ଏମ୍ କିଷାନ ଯୋଜନାର ହିତାଧିକାରୀଙ୍କ ପିଲାମାନେ “କୃଷି ବିଦ୍ୟାନିଧି ଯୋଜନା” ଦ୍ବାରା ଧନ୍ଦାମୂଳକ ତଥା ବୈଷୟିକ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପାଇପାରିବେ। କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ” କୃଷକ ବିଦ୍ୟାନିଧି ଯୋଜନା ” ଅପୂର୍ବ ସୁଯୋଗ ଆଣିଛି। କୃଷକ ପରିବାରର ଉଦୀୟମାନ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ପାଇଁ ଆର୍ଥିକ ସହାୟତା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ଆଇ ଏସ ଏଚ ଇ ମାନର ସରକାରୀ ଶିକ୍ଷାନୁଷ୍ଠାନର ସମସ୍ତ ଖର୍ଚ୍ଚ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନର ନିର୍ଦ୍ଧାରିତ ହାରରେ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ।

ଉନ୍ନତ ଶିକ୍ଷାନୁଷ୍ଠାନ ତଥା ଆଇ ଆଇ ଟି, ଆଇ ଆଇ ଏମ୍, ଏନ ଆଇ ଟି, ଏମ୍ସ ଓ ଆଇ ସି ଏ ଆର୍ ଗୁଡିକରେ ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସରକାରୀ ସହାୟତା ମିଳିବ। ବୈଷୟିକ ସ୍ତରୀୟ ଉଚ୍ଚ ଶିକ୍ଷା ପାଇଁ ଛାତ୍ରବୃତ୍ତି ଆକାରରେ ପିଲାମାନେ ଏହି ଟଙ୍କା ପାଇପାରିବେ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷି ପରିବାରକୁ ଆଉ ଏହି ଉପହାର ଦେଇଛନ୍ତି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ୍‌ଖାତାରେ ଜମା କରାଯାଉଛି।

ଉପସ୍ଥାପନା – ଦିବ୍ୟାଭରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×