ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡ଼ିଶା – ୨୦୨୧

0

କୃଷି ଆମ ରାଜ୍ୟର ଜନଜୀବନର ପ୍ରାଣକେନ୍ଦ୍‌୍ର । କୃଷି ଓ ଆନୁଷଙ୍ଗିକ କୃଷିର ବିକାଶ ପାଇଁ ପ୍ରତିବର୍ଷ ପରି ଏଥର ମାର୍ଚ୍ଚ ୧୫ରୁ ୧୯ ତାରିଖ ଯାଏଁ ବରମୁଣ୍ଡା ସ୍ଥିତ ବିଜୁପଟ୍ଟନାୟକ ଖେଳପଡ଼ିଆରେ ଆରମ୍ଭ ହେବାକୁ ଯାଉଛି କୃଷି ଓଡ଼ିଶା ୨୦୨୧ । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକିର ମଳିତ ସହଯୋଗିତାରେ ଅନୁଷ୍ଠିତ ହେବାକୁ ଯାଉଛି ଏହି କୃଷି ମହାକୁମ୍ଭ । ଏବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି – ସମନ୍ୱିତ ଚାଷ , ଚାଷୀର ବିକାଶ । ଗୋଟିଏ ଛାତ ତଳେ ଚାଷୀ ଭାଇ ମାନେ କୃଷି ପାଇଁ ଆବଶ୍ୟକ ହେଉଥିବା ବୈଜ୍ଞାନିକ ଜ୍ଞାନ କୋ÷ଶଳ, କୃଷି ଯାନ୍ତ୍ରିକୀକରଣ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ,ସମ୍ବଳ ବିକାଶ ତଥା ବିଭିନ୍ନ କୃଷି ଉଦ୍ୟୋଗକୁ ବୁଲି ଦେଖିବାର ସୁଯୋଗ ନେଇପାରିବେ । ଏଥର କୃଷି ଓଡ଼ିଶାର ମସ୍କାଟ ହେଉଛି ଛତୁ । ଛତୁର ଗୁଣାତ୍ମକ ମାନ,ଅଧିକ ଲାଭ , ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟପ୍ରାଣ ହୋଇଥିବାରୁ ଏହାକୁ କୃଷି ଓଡ଼ିଶାର ମସ୍କାଟ ଭାବେ ନିଆଯାଇଛି । ପାଂଚ ଦିନ ଧରି ହେବାକୁ ଥିବା କୃଷି ଓଡ଼ିଶା ନିଶ୍ଚିତ ଭାବରେ ଯୁବପିଢ଼ୀ ତଥା ଚାଷୀ ଭାଇମାନଙ୍କୁ ପ୍ରେରଣା ଯୋଗାଇବ ।

Leave A Reply

Your email address will not be published.

7 + 18 =