ପାକଶାଳା ବଗିଚା

ମୁଖ୍ୟତଃ ନିଜର ବ୍ୟକ୍ତିଗତ ପ୍ରତିପୋଷଣ ପାଇଁ ପାକଶାଳା ବଗିଚା ର ଉତ୍ପତ୍ତି। ଦୈନନ୍ଦିନ ଜୀବନରେ ନିଜର ଶରୀର କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବାରେ ପାକଶାଳା ବଗିଚା ନିହାତି ଆବଶ୍ୟକ। ସବୁଜ ପନିପରିବା ହେଉଛି ଭିଟାମିନ, ପୋଷଣ ଆଦି ର ମୁଖ୍ୟ ଉତ୍ସ ତଥା ଏହାର ଔଷଧୀୟ ଗୁଣ ଯଥେଷ୍ଟ ଅଧିକ। ଆଜିକାଲି ର ରାସାୟନିକ ସାର ର ଅତ୍ୟଧିକ ପ୍ରୟୋଗ ହେତୁ ପନିପରିବା ର ସ୍ଵାଦ,ରଙ୍ଗ ତଥା ପୋଷଣ ହାର କମିଯାଉଛି; ଯାହା ଫଳରେ ବିଭିନ୍ନ ପ୍ରକାର ର ମାରାତ୍ମକ ରୋଗ – କ୍ୟାନସର ଆଦି କୁ ମାନବ ସମାଜ ସାମ୍ନା କରୁଛି। ତେଣୁ ଡାକ୍ତର ମାନଙ୍କ ଉପଦେଶ ପ୍ରତିଦିନ ସବୁଜ ପନିପରିବା ଗ୍ରହଣ କରିବା ।

ସବୁଦିନ ସବୁଜ ପନିପରିବା ପାଇବାର ପ୍ରକୃଷ୍ଟ ଉପାୟ ହେଉଛି ପାକଶାଳା ବଗିଚା , ଯାହାକୁ ଆମେ ନିଜ ଘର ର ପଛ ପଟେ ବାଡି ରେ କିମ୍ବା ଛାତ ଉପରେ କୁଣ୍ଡ ରେ ଅବା ବାଲକୋନି ରେ ମଧ୍ୟ କରିପାରିବା। କେବଳ ସବୁଜ ପନିପରିବା ନୁହେଁ, ଆମେ ମଧ୍ୟ ସ୍ବାବଲମ୍ବୀ ହୋଇପାରିବା। ପରିବାର ର ଅର୍ଥନୈତିକ ସ୍ଥିତି କୁ ସୁଦୃଢ଼ କରିପାରିବା ସହିତ ଏହା ଘର ର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ। ଯେହେତୁ ଆମେ ନିଜେ ଏହାର ତଦାରଖ କରିବା ତେଣୁ ଆମେ ଜୈବିକ କୃଷି କୁ ପ୍ରାଧାନ୍ୟ ଦେବା ଉଚିତ ଯଦ୍ଦ୍ୱାରା ଏହାର କୌଣସି ପ୍ରକାର ର ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ।

ବିଭିନ୍ନ ପ୍ରକାରର ଋତୁ ତଥା ମାସ ଅନୁଯାୟୀ ଅଲଗା ଅଲଗା କିସମର ପନିପରିବା ରୋପଣ କରାଯାଇପାରିବ।ଏହି ବଗିଚା ପ୍ରସ୍ତୁତି ପାଇଁ ବିଭିନ୍ନ ପ୍ରକାରର ମଡେଲ ତାହେ, ତାହା ସହ ବଜାର ରେ ମିଳୁଥିବା ଅଧିକ ଅମଳକ୍ଷମ ବିହନ ବା ମଞ୍ଜି ମଧ୍ୟ ଆମେ ଲଗାଇପରିବା। ଉପଯୁକ୍ତ ଜଳସେଚନ ର ବ୍ୟବସ୍ଥା କରିବା ନିତାନ୍ତ ଆବଶ୍ୟକ।

ଗ୍ରୀଷ୍ମ ଦିନରେ ଆମେ ମନେ ବିଲାତି, ବୋଇତାଳୁ, ବାଇଗଣ , ଲାଉ, କଲରା ତଥା ବିଭିନ୍ନ ପ୍ରକାରର ଶାଗ ଆଦି ଲଗାଇପାରିବା। ସେହିପରି ଭାବରେ ଶୀତ ଋତୁ ରେ ଆମେ ଫୁଲକୋବି, ବନ୍ଧାକୋବି,ପାଳଙ୍ଗ,ଗାଜର ଆଦି ଲାଗାଇପରିବା। କେବଳ ପନିପରିବା ନୁହଁ ବରଂ ତା ସହିତ ଫୁଲ ଗଛ ଯେପରିକି ଗେଣ୍ଡୁ, ରଜନୀଗନ୍ଧା, ଗୋଲାପ, ଫଳ ଗଛ କଦଳୀ ଇତ୍ୟାଦି ମଧ୍ୟ ଏହି ବଗିଚା ରେ ରୋପଣ କରାଯାଇପାରିବ।

ବଜାରରେ ମିଳୁଥିବା ରାସାୟନିକ ସାର ଛଡ଼ା ଆମେ ମନେ ନିତିଦିନ ରୋଷେଇ ଘରୁ ବାହାରୁଥିବା ସବୁଜ ପରିବା ଚୋପା , ଗାଈ ଗୋବର,ମୂତ୍ର, ଘାସ ଆଦି କୁ ମିଶାଇ ଜୈବିକ ସାର ପ୍ରସ୍ତୁତ କରି ଏହାକୁ ମାଟିରେ ଦେଇପରିବା।

ନିଜେ ସ୍ବାବଲମ୍ବୀ ହେବା ସହ ନିଜ ଶରୀର କୁ ଉପଯୁକ୍ତ ପୋଷଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତାହାସହ ଏହା ଦ୍ବାରା ସମୟ ର ଅପଚୟ ମଧ୍ୟ ହୋଇନଥାଏ ଏବଂ ମାନସିକ ଶାନ୍ତି ପ୍ରଦାନ କରିବାରେ ଏହା ସହାୟକ।

ଦେବାଶିଷ ସତ୍ୟ ସାରଥୀ ଦାସ

କୃଷି ବିଜ୍ଞାନ ଛାତ୍ର(ଚତୁର୍ଥ ବର୍ଷ)

କୃଷି ବିଭାଗ, ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ,କଟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×