ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ଜି.ଆଇ ଟ୍ୟାଗ୍‌

0

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ସବୁବେଳେ ନିଜର ସ୍ୱତନ୍ତ୍ର୍ର ପରିଚୟ ସୃଷ୍ଟି କରିଛି । ରାଜ୍ୟର କୁଶଳୀ ଚାଷୀ ମାନଙ୍କ ଦ୍ୱାରା ଉତ୍ପାଦିତ ଉତ୍ପାଦ ଦେଶ ବିଦେଶରେ ସୁନାମ ରଚିଛି । ସଫଳ କୃଷକଙ୍କ ଗାଥା ରାଜ୍ୟ ତଥା ରାଜ୍ୟ ବାହାରେ ଗୁଂଜରିତ ହେଉଛି । ଏହି ଉପକ୍ରମରେ ନୟାଗଡ଼ ଜିଲ୍ଲାର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଛି ଜି.ଆଇ ଟ୍ୟାଗ । କେନ୍ଦ୍‌୍ର ସରାକରଙ୍କ ଦ୍ୱାରା ଏହାକୁ ଅନୁମତି ପ୍ରଦାନ କରାଯାଇଛି । ଏକ କୃଷି ଭିତ୍ତିକ ଜିଲ୍ଲା ଭାବରେ ନୟାଗଡ଼ ପରିଚିତ । ଜିଲ୍ଲାର କଣ୍ଟିଲୋ ଠାରେ ଏହି ବାଇଗଣ ବହୁଳ ଭାବରେ ଚାଷ କରାଯାଇଥାଏ । ମହାନଦୀର ପଟଦେଶରେ ଏହି ଚାଷ ବର୍ଷ ବର୍ଷ ଧରି କରାଯାଉଥିବା ବେଳେ ଆଜି ଏହାକୁ ଜି.ଆଇ ଟ୍ୟାଗ ମିଳିବା ସାରା ରାଜ୍ୟର ଚାଷୀକୁଳ ପାଇଁ ଏକ ଖୁସି ଖବର । ରାଜ୍ୟର ଏହି ଉତ୍ପାଦ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆବେଦନ କରାଯାଇଥିଲା । ସାଧାରଣ ବାଇଗଣ ଠାରୁ ଆକାରରେ ଛୋଟ ଥିବା ଏହି କଣ୍ଟେଇମୁଣ୍ଡି ବାଇଗଣ ମଂଜିବହୁଳ ଅଟେ । ୩୦ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥିବା ଏହି ବାଇଗଣର ରୋଗ ପ୍ରତିରୋଧକ ଶକ୍ତି ଅଧିକ ପରିମାଣରେ ରହିଛି । ଏହିବ ।ଇଗଣର ଗଛପତ୍ର ସବୁଠି କଣ୍ଟା ରହିଥାଏ । ଏହା ଅନେକାଂଶରେ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ହୋଇଥାଏ । ବାଲିଆ ମାଟିରେ ଭଲ ଭାବରେ ଚାଷ କରାଯାଇପାରୁଥିବା ଏହି ବାଇଗଣ ବେଶ ସୁସ୍ୱାଦୁ ଅଟେ । ବିଭିନ୍ନ ପ୍ରକାରର ମାନ ଓ ଗୁଣବତ୍ତାକୁ ଯାଂଚ କରି ଶେଷରେ ଏହାକୁ ଜି.ଆଇ ଟ୍ୟାଗ ମିଳିଛି । ସାରା ଓଡ଼ିଶା ପାଇଁ ଏହା ଏକ ଗର୍ବର ବିଷୟ । ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ଏହା ଉତ୍ସାହ ଭରିବାର ନୂଆ ଖୋରାକ ଯୋଗାଇବ , ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.

one + twelve =