କାଳିଆ ଛାତ୍ରବୃତ୍ତି ଆବେଦନର ସମୟ ସୀମା ବୃଦ୍ଧି

0

ରାଜ୍ୟର କୃଷକମାନଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟ ସରକାର ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କାଳିଆ ଛାତ୍ରବୃତ୍ତି ଆବେଦନର ସମୟ ସୀମା ୮ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ AISHE ମାନର ଶିକ୍ଷାନୁଷ୍ଠାନ ସ‌ହ IIT, IIM, NIT, AIIMS ଏବଂ ICAR ଗୁଡିକରେ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ପାଇଁ ଆର୍ଥିକ ସହାୟତା ମିଳିଥାଏ । ସରକାରୀ ଶିକ୍ଷାନୁଷ୍ଠାନର ସମସ୍ତ ଖର୍ଚ୍ଚ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନର ନିର୍ଦ୍ଧାରତ ହାରରେ ଖର୍ଜ ବହନ କରିବେ ରାଜ୍ୟ ସରକାର । କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକ ପରିବାରର ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ‘କାଳିଆ ଛାତ୍ରବୃତ୍ତି’ ସମର୍ପିତ ।

nano urea

ଯୋଗ୍ୟ ଶିକ୍ଷାର୍ଥୀମାନେ scholarship.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ଜାଣିବା ପାଇଁ ୧୫୫୩୩୫ ଓ ୧୮୦୦-୩୪୫-୬୭୭୦ ରେ ଯୋଗାଯୋଗ କରନ୍ତୁ ।

Leave A Reply

Your email address will not be published.

six + 16 =