ଫୁଲର ମହକରେ ଓଡିଆ ଛୁଙ୍କ

0

ଫୁଲ – ସେ ସମସ୍ତଙ୍କୁ ନିଜ ମୋହରେ ଆକର୍ଷିତ କରିପାରେ । ନିଜ ବନ୍ଧନରେ ବାନ୍ଧି ପାରେ । ସେ ପେମ, ପ୍ରଣୟର ମୁକସାକ୍ଷୀ । ସେ କେତେ ଅସୁମାରୀ ଆଶାକୁ ଜୀବନ୍ୟାସ ଦିଏ । କେତେ ନିରଳସ ସ୍ୱପ୍ନକୁ ମତୁଆଲା କରେ । ଅମାୟିକ ବାସ୍ନାରେ ବିଭୋର କରି ମଣିଷକୁ ନବଉନ୍ମାଦନାର ପରିଚୟ ଦିଏ । ଆଉ ଫୁଲକୁ ନିଜର କ୍ୟାରିଅର କରି ସେ ଏବେ ଗବେଷଣାରେ ମାତିଛନ୍ତି । ଅଜବ ତାଙ୍କ ଫୁଲ ପ୍ରତି ଭଲ ପାଇବା । ଫୁଲ ପାଇଁ ଅହେତୁକ ନିଶା । ଆଉ ଏବେ ଏହାକୁ ସାଥ କରି ଜାତୀୟ ଟେଲିଭିଜନ ଫ୍ଲାଟଫର୍ମରେ ସେ ଏବେ ଚର୍ଚ୍ଚାରେ । ସୋନି ଚ୍ୟାନେଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବିନାଶ ଶ୍ରେଷ୍ଠ ୧୬ଜଣଙ୍କ ଭିତରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱର ଓୟୁଏଟିର ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗରେ ଗବେଷଣା କରୁଛନ୍ତି ଶ୍ରୀ ଅବିନାଶ ପଟ୍ଟନାୟକ । ମାଷ୍ଟର ସେଫ୍‌ ପରି ଏକ ବହୁ ଚର୍ଚ୍ଚିତ ରିୟଲଟି ସୋ ରେ ଓଡ଼ିଆ ଖାଦ୍ୟକୁ ପରଷି ସେ ସବୁଆଡ଼ୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ସୋସିଆଲ ମିଡ଼ିଆରେ ଅବିନାଶଙ୍କର ଭୁକଡ଼ ଇନସାନ ନାମରେ ଏକ ଲୋକପ୍ରିୟ ପେଜ୍‌ ମଧ୍ୟ ରହିଛି । ଓଡ଼ିଆ କଥା, ଓଡ଼ିଆତ୍ୱର ବାସ୍ନାକୁ ଜାତୀୟ ସ୍ତରରେ ମହକାଉଛନ୍ତି ଅବିନାଶ । ଆମ ରାଜ୍ୟର ପାରମ୍ପରିକ ଖାଦ୍ୟକୁ ବେଶ ସାବଲୀଳ ଢ଼ଙ୍ଗରେ ପରଷୁଛନ୍ତି । ଆଗାମୀ ଦିନରେ ସେ ଅନେକ ସଫଳତା ପାଆନ୍ତୁ , ଏହା ଆମର କାମନା । ଏ ଅବସରରେ ଅବିନାଶଙ୍କ ସହ ଆଲୋଚନା କରିଥିଲେ ସମ୍ପାଦକ ଡ଼ି ଶୁଭମ୍‌

nano urea

ପ୍ର : ଫୁଲ ଆପଣଙ୍କୁ କେତେ ଆକର୍ଷିତ କରିଛି?
ଉ : ଫୁଲ ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର । ଜଣେ କୃଷି ବିଜ୍ଞାନର ଛାତ୍ର ଭାବରେ ସ୍ନାତକୋତ୍ତର ପରେ ମୁଁ ପ୍ରଥମେ ଚାକିର କରୁଥିଲି । ଛଅ ବର୍ଷ କୃଷି ଅଧିକାରୀ ଭାବରେ କାମ କରିବା ପରେ ଚାକିରୀ ଅପେକ୍ଷା ପାଠକୁ ଅଧିକ ଗୁରୁତ୍ୱ ଦେଲି । ତେଣୁ ଏବେ ଚାକିରୀ ଛାଡ଼ି ମୁଁ ଓୟୁଏଟିରେ ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗରେ ପିଏଚଡ଼ି କରୁଛି । ଫୁଲ ମୋ ଜୀବନର ଗୋଟେ ନିଆରାପଣ । ଫୁଲ ମୋତେ ସେତିକି ଆକର୍ଷିତ କରୁଛି ବୋଲି ମୁଁ ଏ ବିଭାଗକୁ ଚୟନ କଲି । କାରଣ ବଗିଚା ଭିତରକୁ ଗଲେ ଯେଉଁ ଖୁସି ଆଉ ଆନନ୍ଦ ମିଳେ ତାହା ସବୁବେଳେ ଅନନ୍ୟ ।
ପ୍ର: ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗରେ ଗବେଷଣା କରିବା ସହ ଓଡ଼ିଆ ଖାଦ୍ୟରେ ମୋହରେ କିପରି ବିମୋହିତ ହେଲେ ?
ଉ: ପାଠ ପଢ଼଼ା ସହ ଗବେଷଣା କରିବା ଭିତରେ ମୁଁ ମୋ ପାଠକୁ କିପରି ବିଭିନ୍ନ ସ୍ଥାନରେ ଉପଯୋଗ କରିପାରିବି , ତାହା ମୋର ପ୍ରଧାନ ଲକ୍ଷ୍ୟ ଥିଲା । ଏହାରି ଭିତରେ ଓଡ଼ିଆ ଖାଦ୍ୟ ସବୁବେଳେ ନିଆରା ଏକଥା ସମସ୍ତଙ୍କୁ ଜଣା । ଆମ ଓଡ଼ିଶାରେ ଏମିତି ବହୁତ କିଛି ପାରମ୍ପରିକ ଖାଦ୍ୟ ଅଛି ଯାହା ଆଜି ବି ଅନେକ ଲୋକଙ୍କୁ ଅଜଣା ଅଛି । ଏସବୁକୁ ନୂଆ ରୂପରେ ଆଣିବା ପାଇଁ ଚେଷ୍ଟା କରବି ।
ପ୍ର: ଓଡ଼ିଆ ଖାଦ୍ୟକୁ ନେଇ ଆପଣଙ୍କର କ’ଣ ଧାରଣା ରହିଛି?
ଉୁ : ଆମ ଓଡ଼ିଶାର ଖାଦ୍ୟରେ ଆମ ମାଟି ପାଣି ପବନର ବାସ୍ନା ଥାଏ । ଆମ ଖାଦ୍ୟର ମହକ ସେତିକି ମଧୁର। ଏକଥା ସତ ଯେ ସବୁ ରାଜ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟ ଥାଏ । ତାହା ସେମାନଙ୍କର ଲୋକାଲ ଫୁଡ଼ ଭାବରେ ପରିଗଣିତ ହୁଏ । ସେମିତି ଓଡ଼ିଆ ଖାଦ୍ୟରେ ବି କିଛି ଅଲଗାପଣ ରହିଛି । ଓଡ଼ିଆ ଖାଦ୍ୟର ଯେଉଁ ନିଆରାପଣ ଅଛି ତାକୁ କିଚେନ୍‌ରେ ଆଣିବାକୁ ଚେଷ୍ଟା କରିବି ।
ପ୍ର: ଜାତୀୟ ରିୟଲିଟି ସୋ ରେ ଓଡ଼ିଆ ଖାଦ୍ୟ ପରଷିବାର ଅନୁଭୂତି କେମିତି ଥିଲା?
ଉୁ : ଏ ଅନୁଭୂତି ମୋ ପାଇଁ ସତରେ ସ୍ମରଣୀୟ ହୋଇ ରହିବ । ଆମ ଖାଦ୍ୟର ପ୍ରଶଂସା ଅର୍ଥାତ ଆମ ରାଜ୍ୟର ପ୍ରଶଂସା । ମୁଁ ସବୁବେଳେ କିଚେନ୍‌ରେ ଓଡ଼ିଆ ଖାଦ୍ୟ ପରଷିବାକୁ ଚେଷ୍ଟା କରିବି । ଏହା ପରେ ବି କିଚେନ୍‌ରେ ଅନେକ ଚ୍ୟାଲେଂଜ ରହୁଛି । ଫୁଲ ତଥା କୃଷି ବିଜ୍ଞାନକୁ ନେଇ କେମିତି ଆହୁରି ସ୍ୱାଦିଷ୍ଟ ଓଡ଼ିଆ ଖାଦ୍ୟ ବନାଯାଇପାରିବ , ସେ ଦିଗରେ ଲକ୍ଷ୍ୟ ରଖିଛି । ମୋର ଆଶା ଓ ବିଶ୍ୱାସ ଅଛି ସମସ୍ତେ ଆମ ଓଡ଼ିଆ ଖାଦ୍ୟକୁ ନିଶ୍ଚିତ ଭାବରେ ପସନ୍ଦ କରିବେ । ଯଦି ଆଗକୁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚିତ ଭାବରେ ଆମ ଖାଦ୍ୟକୁ ଜନାଦୃତ କରାଇବି ।

Leave A Reply

Your email address will not be published.

4 × five =