କାର୍ଯ୍ୟକ୍ଷମ ହେବ ଅଚଳ ଜଳସେଚନ ପ୍ରକଳ୍ପ

0

ଓଡ଼ିଶାର ବହୁ ଅଞ୍ଚଳରେ କାମରେ ଲାଗୁନି ଜଳସେଚନ ପ୍ରକଳ୍ପ । ଜଳଭଣ୍ଡାର ନିକଟରେ ଟାଙ୍ଗରା ପଡିଛି ଜମି। କେଉଁଠି ମୋଟର ପୋଡି ଯାଇଛି ତ ଆଉ କେଉଁଠି ପାଇପ ଫାଟି ଆଁ କରିଛି । ଆଉ କିଛି ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ କେଉଁଠି ମୋଟର ଥାଇ ପାଣି ଉଠୁନି। ଏହିପରି ଅଚଳ ହୋଇପଡିଛି ଅନେକ ଜଳସେଚନ ପ୍ରକଳ୍ପ। ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀମାନେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ମୁଣ୍ଡରେ ହାତ ଦେଇ ବସିଛନ୍ତି, ତେଣୁ ଅଚଳ ଜଳସେଚନ ପ୍ରକଳ୍ପ ଗୁଡ଼ିକର ସମସ୍ୟା ଦୂର କରି ଏଥିପ୍ରତି ସଠିକ୍ ଗୁରୁତ୍ଵ ଦେଲେ ଲୋକମାନଙ୍କ ଠାରୁ ଆରମ୍ଭ କରି ଚାଷୀମାନେ ଉପକୃତ ହୋଇପାରିବେ।

nano urea

ରାଜ୍ୟ ସରକାର ୨୦୬୫ଟି ଅଚଳ ଜଳସେଚନ ପ୍ରକଳ୍ପ ଏବଂ ୧୦,୧୫୨ଟି ପୁରୁଣା ସଚଳ ଜଳସେଚନ ପ୍ରକଳ୍ପର ସୁଦୃଢ଼ୀକରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୫ ବର୍ଷରେ ₹୧୦୮୪.୩୮ କୋଟିର ଯୋଜନା ଅନୁମୋଦନ କରିଛନ୍ତି। ୨୦୬୫ ଟି ଅଚଳ ଜଳସେଚନ କାର୍ଯ୍ୟକ୍ଷମ ହେବା ଦ୍ଵାରା ୫୯,୨୯୨ ହେକ୍ଟର ଚାଷଜମିକୁ ଜଳସେଚନ ମିଳିପାରିବ ଏବଂ ୧୦,୧୫୨ ଟି ପୁରୁଣା ସଚଳ ଜଳସେଚନ ପ୍ରକଳ୍ପର ସୁଦୃଢ଼ୀକରଣ ହେବା ଦ୍ଵାରା ୨,୨୬,୮୮୬ ହେକ୍ଟର ଚାଷଜମିକୁ ବର୍ଦ୍ଧିତ ଜଳସେଚନ ସୁବିଧା ମିଳିପାରିବ। ଏହାଦ୍ଵାରା ଅନେକ ଚାଷୀ ଉପକୃତ ହେବା ସହ ଅମଳ ବୃଦ୍ଧି ମଧ୍ୟ ହେଇପାରିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

1 × 3 =