କୃଷି ଭବନରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷ ଉଦ୍ଘାଟନ

0

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କୃଷି ଭବନରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍ଘାଟନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରାଜ୍ୟ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତା ଏବଂ ତଦାରଖ ପାଇଁ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ପ୍ରତିଷ୍ଠା କରାଯାଇଛି। ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଗବେଷଣା, ନୀତି ପ୍ରଣୟନ, ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ନୀତି ନିୟୋଜନ ଓ ପ୍ରଚାର ପ୍ରସାର ନିମନ୍ତେ ଆନ୍ତର୍ଜାତିକ ସଂସ୍ଥାମାନଙ୍କ ସହଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏକ ପରିବେଶ ଅନୁକୂଳ ଓ ଜଳବାୟୁ ସମ୍ବେଦନଶୀଳ ନୀତିର ରୂପରେଖ ଗଠନ କରିବାକୁ ଯାଉଛି।

nano urea

ଦକ୍ଷତା ବିକାଶରେ ଜଳବାୟୁ ଅନୁକୁଳ ଅନୁଶୀଳନ କକ୍ଷ ସହଯୋଗ କରିବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ କାର୍ଯ୍ୟ କରିବା ନିମନ୍ତେ ଆଇଏଫପିଆରଆଇ ଏବଂ ସିଏସଟିଇପି ଭଳି ଅନୁଷ୍ଠାନ ମାନଙ୍କୁ ନିୟୋଜିତ କରାଯାଇଛି। ଏହା ଦ୍ଵାରା କୃଷକ ଓ ନାଗରିକମାନଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ ରଖିବା ସହିତ ସାମୂହିକ ଭାବେ ଅଙ୍ଗାରକାମ୍ଲ ଗ୍ୟାସକୁ ଯଥାସମ୍ଭବ କମ୍ କରିବା ପାଇଁ ଏହି ପଦକ୍ଷେପ ସହାୟକ ହେବ। ଏହି କେନ୍ଦ୍ର ନିଶ୍ଚିତ ଭାବରେ ଓଡ଼ିଶାର କୃଷି ବ୍ୟବସ୍ଥାକୁ ସମୃଦ୍ଧ, ଜୀବିକାକୁ ସରସ ଏବଂ ରାଜ୍ୟରେ ଅର୍ଥନୈତିକ ବିକାଶର ପରିପନ୍ଥୀ ହେବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

20 − 10 =