ପୁଷ୍ଟିଶସ୍ୟ କ୍ଷେତରେ ଜୈବିକ ଖତ ମହିଳାଙ୍କୁ ଦେଖାଇଛି ରୋଜଗାରର ପଥ

ଆମ ଚତୁର୍ପାର୍ଶ୍ବରେ ଥିବା ଗଛା ପାତ୍ର ,ଗୁଳ୍ମ ,ଘାସ ଓ ଲଟା ଜାତୀୟ ଆଡିକୁ ବୈଜ୍ଞାନିକ ପ୍ରଣାଳୀରେ ପ୍ରକ୍ରିୟାକରଣ କରାଯାଇ ଜୈବିକ ଖତ ପ୍ରସ୍ତୁତ କରାଯାଇଥାଏ। ଜୈବିକ ଖତ ଓ ଔଷଧ ଫସଲରେ ପ୍ରୟୋଗ କରିବା ଦ୍ଵାରା ଉତ୍ପାଦନ ବୃଦ୍ଧି ହେବା ସହ ଚାଷୀମାନଙ୍କ ଖର୍ଚ୍ଚ ଭାର କମ ହୋଇଥାଏ । ସେହିପରି ଗୃହପାଳିତ ପଶୁ ମାନଙ୍କର ମଳ,ମୂତ୍ର ଓ ପୁରୁଣା ଫସଲ ର ଅବଶେଷରୁ ଜୈବିକ ଖତ ଓ କୀଟନାଶକ ଔଷଧ ମଧ୍ୟ ତିଆରି କରାଯାଏ ;ଯାହାକୁ ଫସଲରେ ବିଭିନ୍ନ ସମୟରେ ଖାଉଥିବା ରୋଗୋପୋକ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ଚାଷ କ୍ଷେତକୁ ଦୀର୍ଘସ୍ଥାୟୀ କରିବା ସହ ମାଟିର ଊର୍ବରତା ବଜାୟ ରଖିବା ପାଇଁ ପୁଷ୍ଟିଶସ୍ୟ ଚାଷରେ ଜୈବିକ ଖତ ପ୍ରୟୋଗ କରିବା ଦ୍ୱାରା ଭବିଷ୍ୟତରେ ଶସ୍ୟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇପାରିବ।

ମିଲେଟ ବା ମାଣ୍ଡିଆ ଚରମ ଜଳବାୟୁରେ ଭଲ ଉତ୍ପାଦିତ ହେଉଥିବା ଏକ ଫସଲ। ଏହି ଚାଷ ପାଇଁ କମ୍‌ ଜଳର ଆବଶ୍ୟକତା ରହୁଥିବାରୁ ଏହା ପରିବେଶ ଉପଯୋଗୀ ଓ ଜଳବାୟୁ ସହନଶୀଳ। ଏହାସହ ମାଣ୍ଡିଆ ଚାଷରେ ଜୈବିକ ଖତର ଆବଶ୍ୟକତା ରହିଥାଏ। ତେଣୁ ବର୍ତ୍ତମାନ ଗାଁ ଗାଁ’ରେ ମହିଳାମାନେ ଜୈବିକ ଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଏବଂ ଚାଷୀମାନେ ଜୈବକ ଖତ କ୍ରୟ କରି ନିଜ ଜମିରେ ପ୍ରୟୋଗ କରୁଛନ୍ତି। ଯାହାଦ୍ୱାରା ଚାଷୀମାନେ ଉତ୍ତମମାନର ଶସ୍ୟ ଉତ୍ପାଦନ କରିବା ସହ ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×