ବିଶ୍ବ ମୃତ୍ତିକା ଦିବସ ର ମହତ୍ତ୍ଵ

0

ଆଜି ହେଉଛି ବିଶ୍ବ ମୃତ୍ତିକା ଦିବସ । ପ୍ରତିବର୍ଷ ୫ ଡିସେମ୍ବରରେ ଏହା ପାଳନ ହୋଇଥାଏ | ସୁସ୍ଥ ମୃତ୍ତିକାର ଗୁରୁତ୍ବ ଉପରେ ଧ୍ୟାନ ଦେବା ଏବଂ ମୃତ୍ତିକା ସମ୍ପଦର ନିରନ୍ଧର ପରିଚାଳନା କରିବା ଏହାର ଉଦେଶ୍ୟ । ଆଜିର ବିଷୟବସ୍ତୁ ହେଉଛି “ମୃତ୍ତିକା ଏବଂ ଜଳ – ଜୀବନର ଉତ୍ସ” । ତେଣୁ ପୃଥିବୀରେ ଜୀବନ ବଞ୍ଚାଇବା ପାଇଁ ମୃତ୍ତିକା ଏବଂ ଜଳ ଏକ ଜରୁରୀ ଉତ୍ସ । ଜୀବ ଜଗତ ପାଇଁ ମାଟି ଏବଂ ଜଳ ମଧ୍ୟରେ ଥିବା ସମ୍ବନ୍ଧ ରହିବା ନିହାତି ଜରୁରୀ | ଆମର ୯୫ ପ୍ରତିଶତରୁ ଅଧିକ ଖାଦ୍ୟ ଏହି ଦୁଇଟି ମୌଳିକ ଉତ୍ସରୁ ଉତ୍ପନ୍ନ ହେଇଥାଏ । ଉଦ୍ଭିଦ ଦ୍ୱାରା ପୁଷ୍ଟିକର ଅବଶୋଷଣ ପାଇଁ ମୃତ୍ତିକା ଓ ଜଳ ଆମ ଇକୋସିଷ୍ଟମକୁ ଏକତ୍ର କରି ବାନ୍ଧି ରଖେ । ମୃତ୍ତିକା ଓ ଜଳ ଖାଦ୍ୟ ଉତ୍ପାଦନ, ଇକୋସିଷ୍ଟମ ଏବଂ ମାନବ କଲ୍ୟାଣ ପାଇଁ ମୂଳଦୁଆ ଯୋଗାଇଥାଏ | ସେମାନଙ୍କର ଅମୂଲ୍ୟ ଭୂମିକାକୁ ଚିହ୍ନି, ଭବିଷ୍ୟତ ପାଇଁ ଏହି ଉତ୍ସଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆମେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସୁସ୍ଥ ମାଟି ସଫଳ କୃଷିର ଆଧାର। କୃଷି ଓ ମୃତ୍ତିକା ପରସ୍ପର ଜଡିତ; ସୁସ୍ଥ ମାଟି ପାଇଁ କୃଷି କରିବା ଯେପରି ଆବଶ୍ୟକ, ଭଲ ଚାଷ ପାଇଁ ମାଟିକୁ ସୁସ୍ଥ ରଖିବା ସେପରି ଗୁରୁତ୍ୱପୂର୍ଣ୍ଣ । ରାସାୟନିକ, ଜୈବିକ ବା ଜୀବାଣୁଭିତ୍ତିକ ସାରର ମିଶ୍ରିତ ପ୍ରୟୋଗ ଦ୍ୱାରା ମାଟି ପ୍ରଦୂଷଣରୁ ରକ୍ଷା ମିଳିବ । ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ ଅବସରରେ ମାଟିକୁ ବଞ୍ଚାଇବା ପାଇଁ ପ୍ରତିଶୃତିବଦ୍ଧ ହେବା ନିତ୍ୟାନ୍ତ ଜରୁରୀ ।

nano urea

ଜଳବାୟୁ ପରିବର୍ତ୍ତନ ଏବଂ ମାନବ କାର୍ଯ୍ୟକଳାପ ପାଇଁ ମୃତ୍ତିକାର ଅବନତି ଘଟୁଛି, ଯାହା ଆମ ଜଳ ଉତ୍ସ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରୁଛି । ମୃତ୍ତିକା କ୍ଷୟ ଦ୍ଵାରା ପ୍ରାକୃତିକ ସନ୍ତୁଳନକୁ ବ୍ୟାହତ ହେଉଛି, ଜଳର ଅନୁପ୍ରବେଶ ଏବଂ ସମସ୍ତ ପ୍ରକାର ଜୀବନ ପାଇଁ ଉପଲବ୍ଧତା ହ୍ରାସ ହେଉଛି । ମୃତ୍ତିକା ପରୀକ୍ଷା ତଥା ଜୈବିକ କୃଷି ପ୍ରଣାଳୀ ବ୍ୟବହାର ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟର ଓ ଦୀର୍ଘକାଳୀନ ଫସଲର ଅଭିବୃଦ୍ଧି ହୋଇଥାଏ। ସ୍ଥାୟୀ ମୃତ୍ତିକାର ପରିଚାଳନା କରିବା, ଯେପରିକି ସର୍ବନିମ୍ନ ଚାଷ, ଫସଲ ଘୂର୍ଣ୍ଣନ, ଜୈବ ପଦାର୍ଥ ଯୋଗ, ଏବଂ ଫସଲ କାଟିବା, ମୃତ୍ତିକାର ସ୍ବାସ୍ଥ୍ୟରେ ଉନ୍ନତି ଆଣିବା, କ୍ଷୟ ଏବଂ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଜଳ ଅନୁପ୍ରବେଶ ଓ ସଂରକ୍ଷଣକୁ ବଞ୍ଚେଇ ରଖିବା ଆବଶ୍ୟକ । ଏହା ଦ୍ବାରା ମୃତ୍ତିକାର ଜୈବ ବିବିଧତା ସଂରକ୍ଷଣ ହେବା ସହ ଉର୍ବରତାରେ ଉନ୍ନତି ହୋଇଥାଏ ଏବଂ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଅଙ୍ଗାରକାମ୍ଳର ସିକ୍ରେଷ୍ଟ୍ରେସନରେ ସହାୟକ ହୋଇଥାଏ ।

ମୃତ୍ତିକା ଏବଂ ଜଳ ପରସ୍ପର ସହ ଜଡିତ ଉତ୍ସ ଯାହା ଏକୀକୃତ ପରିଚାଳନା ଆବଶ୍ୟକ କରେ । ମୃଷିକା ଏବଂ ଜଳ ହେଉଛି ଏକ ମାଧ୍ୟମ ଯେଉଁଥିରେ ଉଭିଦ ବଢିଥାଏ ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ବ ପାଇଥାଏ । ବର୍ଷାଜଳ କୃଷି ପ୍ରଣାଳୀ ଫସଲ କ୍ଷେତ୍ରର ୮୦ ପ୍ରତିଶତ ଅଟେ, ଯାହା ବିଶ୍ୱର ଖାଦ୍ୟ ଉତ୍ପାଦନରେ ୬୦ ପ୍ରତିଶତ ଯୋଗଦାନ ଦେଇଥାଏ । ଏହି ପ୍ରଣାଳୀଗୁଡ଼ିକ ମୃତ୍ତିକାର ଆର୍ଦ୍ରତା ପରିଚାଳନା ଉପରେ ଅଧିକ ନିର୍ଭର କରିଥାଏ । ସୁସ୍ଥ ମାଟି ଏକ ପ୍ରାକୃତିକ ଫିଲ୍ଟର ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।ମାଟିର ସ୍ବାସ୍ଥ୍ୟ ଏବଂ ଜଳର ଗୁଣବତ୍ତା ଓ ଉପଲବ୍ଧତା ପରସ୍ପର ସହିତ ଜଡିତ । ସ୍ଥାୟୀ ମୃତ୍ତିକା ପରିଚାଳନା କାର୍ଯ୍ୟକାରୀ କରିବା କୃଷି ପାଇଁ ଜଳ ଉପଲବ୍ଧତାକୁ ବଢାଇଥାଏ । ଗୁଣାତ୍ମକ ଜଳର ଦକ୍ଷ ଉପ‌ଯୋଗ, ସାର ଏବଂ କୀଟନାଶକ ଔଷଧର ନିରନ୍ଧର ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଉପଯୁକ୍ତ ଜଳସେଚନ ପ୍ରଣାଳୀ ବ୍ୟବହାର କରିବା, ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ମୃତ୍ତିକା ଓ ଭୂତଳ ଜଳର ଲୁଣିଆ ସ୍ତର ଉପରେ ନଜର ରଖିବା ନିରନ୍ତର କୃଷି ଅଭ୍ୟାସକୁ ବଜାୟ ରଖିବା ନିହାତି ଜରୁରୀ । ଅନୁପ‌ଯୁକ୍ତ ମାଟି ଏବଂ ଜଳ ପରିଚାଳନା ମୃତ୍ତିକାର କ୍ଷୟ, ମୃତ୍ତାକାର ଜୈବ ବିବିଧତା, ମୃତ୍ତିକାର ଉର୍ବରତା ଏବଂ ଜଳର ଗୁଣ ଓ ପରିମାଣ ଉପରେ ପ୍ରଭାବ ପକାଇଥାଏ । ଜଳ ଅଭାବରୁ ମୃତ୍ତିକାର ଜୈବ ବିବିଧତା ନଷ୍ଟ ହୋଇଯାଏ । କୀଟନାଶକ ଏବଂ ସାରର ଭୁଲ ପରିଚାଳନା କେବଳ ମାଟି ଏବଂ ଜଳର ଗୁଣବତ୍ତା ପ୍ରତି ବିପଦ ସୃଷ୍ଟି କରେ ନାହିଁ ବରଂ ମାନବ ସ୍ବାସ୍ଥ୍ୟ ଏବଂ ଇକୋସିଷ୍ଟମ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଥାଏ। ଏହି ଦିବସ ପାଳନ କରିବା ସହ ଆମ ଜୀବନରେ ସୁସ୍ଥ ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ନଜର ଦେବା ନିହାତି ଆବଶ୍ୟକ।

Leave A Reply

Your email address will not be published.

5 × 5 =