ରାଜ୍ୟ ସରକାରଙ୍କ ଦ୍ଵାରା ନୂତନ ଶୀତଳ ଭଣ୍ଡାର ନୀତି ଲାଗୁ

ରାଜ୍ୟରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ରାଜ୍ୟ ସରକାର ସମସ୍ତ ଉପଖଣ୍ଡରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ନୂତନ ଶୀତଳ ଭଣ୍ଡାର ସ୍ଥାପନ ଲାଗି ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ନୀତି ମଧ୍ୟ ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ରାଜ୍ୟର କୃଷି ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ୍ ଶୀତଳ ଭଣ୍ଡାର ସ୍ଥାପନ ନିମିତ୍ତ ଆର୍ଥିକ ସହାୟତା ପାଇଁ ୨୫୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଶୀତଳ ଭଣ୍ଡାର ଦ୍ଵାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ଯ ସଂରକ୍ଷିତ ରହିବା ସହ ଚାଷୀମାନେ ମଧ୍ୟ ସଶକ୍ତ ହୋଇପାରିବେ।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା, ତୃତୀୟ ଲିଙ୍ଗ ଏବଂ ଅନୁସୂଚିତ ଅଞ୍ଚଳର ହିତାଧିକାରୀଙ୍କୁ ସ୍ଥାୟୀ ବିନିଯୋଗ ଉପରେ ୬୦ ପ୍ରତିଶତ ଅଥବା ୬.୫୦ କୋଟି ପର୍ଯ୍ୟନ୍ତ ସବସିଡି ସୁବିଧା ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କୁ ସ୍ଥାୟୀ ବିନିଯୋଗ ଉପରେ ୫୦ ପ୍ରତିଶତ ଅଥବା ସର୍ବାଧିକ ୬ କୋଟି ପର୍ଯ୍ୟନ୍ତ ସବସିଡି ସୁବିଧା ରହିଛି। ସୁଧ ଉପରେ ୬ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମଧ୍ୟ ରହିଛି। ନୂତନ ଶୀତଳ ଭଣ୍ଡାର, କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ଏବଂ ଭବିଷ୍ୟତରେ ପୁନରୁଦ୍ଧାର ହେବାକୁ ଥିବା ଶୀତଳ ଭଣ୍ଡାରର ବିଦ୍ୟୁତ୍ ଶୁଳ୍କ ଉପରେ ୭ ବର୍ଷ ପର୍ଯ୍ୟନ୍ତ ୫୦ ପ୍ରତିଶତ ସବସିଡି ସୁବିଧା ରଖାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×