ଇଫକୋ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାନୋ ଡି.ଏ.ପି. ତରଳ ସାର ଲୋକାର୍ପିତ

କୃଷି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଇଫକୋ ଚାଷୀଭାଇମାନଙ୍କ ଉଦ୍ଦେଶ୍ୟରେ ନେଇ ଆସିଛି ନାନୋଡି.ଏ.ପି. ତରଳସାର। ଏହି ନାନୋଡି.ଏ.ପି. ତରଳସାର ୫୦୦ମି.ଲି. ବୋତଲରେ ଉପଲବ୍ଧ ଅଟେ ଏବଂ ଏକ ୫୦୦ମି.ଲି. ବୋତଲ ଏକ ୫୦କି.ଗ୍ରା. ଦାନାଦାର ଡି.ଏ.ପି. ବସ୍ତା ସହ ସମାନ । ଚାଷୀଭାଇମାନଙ୍କ ଉଦ୍ଦେଶ୍ୟରେ ଗତକାଲି ମାନନୀୟ କେନ୍ଦ୍ରୀୟ ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀଅମିତଶାହଙ୍କ କରକମକଳରେ ଏହି ତରଳ ନାନୋ ଡି.ଏ.ପି.ର ଲୋକାର୍ପଣ କାର୍ଯ୍ୟକ୍ରମ ଇଫକୋ ମୁଖ୍ୟାଳୟ, ସାକେତ, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସିଧାପ୍ରସାରଣ ମାଧ୍ୟମରେ ଅଗଣିତ କୃଷକବନ୍ଧୁ, କୃଷିବିଶେଷଜ୍ଞ, ସହାକାରୀ ସମିତିସଦସ୍ୟ ଏବଂ ବିଭିନ୍ନ ରିଟେଲର ଅଂଶଗ୍ରହଣ କରିଥିଲେ । ମାନନୀୟ କେନ୍ଦ୍ରୀୟ ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତଶାହ, ଚାଷୀଭାଇମାନଙ୍କ ଉଦ୍ଦେଶ୍ୟରେ ଦାନାଦାର ଡି.ଏ.ପି. ବସ୍ତା ଏବଂ ତରଳ ନାନୋଡି.ଏ.ପି. ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ଉପଯୋଗିତା ବିଷୟରେ ଆଲୋକପାତ କରିବା ସହ ସମସ୍ତ ଭାରତବର୍ଷର ଚାଷୀଭାଇମାନଙ୍କୁ ନାନୋଡି.ଏ.ପି. ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । କୃଷିକ୍ଷେତ୍ରରେ ଏହି ନୂତନ ଉଦ୍ଭାବନ ନିମନ୍ତେ ଶ୍ରୀଅମିତଶାହ ଇଫକୋର ପରିଚାଳନା ସଦସ୍ୟ ତଥା ବୈଜ୍ଞାନିକମାନଙ୍କ ପ୍ରଶଂସା କରିଥିଲେ । ଆଗାମୀଦିନରେ ଇଫକୋନା ନୋଡି.ଏ.ପି. ତରଳ ସାର କୃଷିକ୍ଷେତ୍ରରେ ଏକଯୁଗାନ୍ତକାରୀ ବିପ୍ଳବ ସୃଷ୍ଟି କରିବାରେ ସହାୟକ ହେବ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×