କୃଷକ ଶକ୍ତି ସମାବେଶରେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଓଡ଼ିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ମାନ୍ୟବର ରାଜ୍ୟ ସରକାର ସର୍ବଦା କୃଷିକୁ ବହୁମାତ୍ରାରେ ଧ୍ୟାନ ଦେଉଛନ୍ତି। ରାଜ୍ୟର ଅର୍ଥନୀତିରେ ପରିବର୍ତ୍ତନ କେବଳ କୃଷିର ଉନ୍ନତିରେ ସମ୍ଭବ ହୋଇପାରୁଛି। ତେଣୁ କୃଷି ଓ ଆନୁସଙ୍ଗିକ କୃଷି କୁ ପ୍ରାଧାନ୍ୟ ଦେବା ସହ କୃଷକ ଭାଇ ଭଉଣୀମାନଙ୍କ ଆର୍ଥିକ ସଶକ୍ତିକରଣ ପ୍ରତି ରାଜ୍ୟ ସରକାର ବେଶ୍ ଯତ୍ନବାନ। ରାଜ୍ୟର କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି।

ଏହି ଅବସରରେ କୃଷି ପ୍ରଣାଳୀର ଆଧୁନୀକୀକରଣ ଠାରୁ ଆରମ୍ଭ କରି ସି.ଏମ କିଶାନ ଯୋଜନା, କାମଧେନୁ ଏବଂ ଅମୃତ ଅନ୍ନ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ନ୍ୟାୟପୂର୍ଣ୍ଣ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ନେଇ ମାନ୍ୟବର ରାଜ୍ୟସରକାର ସ୍ପଷ୍ଟ କରିବା ସହ ବଲାଙ୍ଗୀର ଜିଲ୍ଲାର କୃଷି, ଜଳସେଚନ ବୃଦ୍ଧି ସହ ପ୍ରତି ଜିଲ୍ଳାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି। ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୧ ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ମାଝି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଓ ପଡୋଶୀ ଜିଲାରୁ ସହସ୍ରାଧିକ ଚାଷୀ ମଧ୍ୟ ଉପସ୍ଥିତ ଥିଲେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×