ମହିଳା ସଶକ୍ତିକରଣ ପ୍ରତିଶ୍ରୁତି ପୂରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ମହିଳା ସଶକ୍ତିକରଣର ପ୍ରତିଶ୍ରୁତିକୁ ପୁରଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ପାଇଁ ମୋଟ ୫୫ ହଜାର ୮୨୫ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧ କୋଟି ମହିଳା ଲାଭ ପାଇବେ। ପ୍ରତିଥର ସେମାନଙ୍କୁ ୫ ହଜାର ଲେଖାଏଁ ଟଙ୍କା ଦିଆଯିବ। ତେଣୁ ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବେ। ରାଜ୍ୟ ସରକାରଙ୍କ ଏହି ଯୋଜନାରୁ ୨୧ ବର୍ଷରୁ ଊର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ବୟସର ମହିଳାମାନେ ଲାଭ ପାଇପାରିବେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତ ଜୁନ ୧୨ ତାରିଖରେ ଶପଥ ଗ୍ରହଣ କରିଥିଲେ। ସେହିଦିନ ସନ୍ଧ୍ୟାରେ ସେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ସୁଭଦ୍ରା ଯୋଜନା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮) ଅବସରରେ ମହିଳାଙ୍କୁ ଟଙ୍କା ଦିଆଯିବ। ସୁଭଦ୍ରା ଯୋଜନା ପାଇଁ ହିତାଧ୍ୟାକାରୀଙ୍କୁ ଡେବିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×