ଗ୍ରୀଷ୍ମ ଋତୁରେ ସବୁଜ ସେଡ୍ ନେଟ୍ ଅତ୍ୟନ୍ତ ଲାଭଦାୟକ

ବୃକ୍ଷ ତଥା ଫସଲକୁ ଟାଣ ଖରା, ପବନ ଏବଂ ପରିବେଶର ଅନ୍ୟ କ୍ଷତିକାରକ ପ୍ରଭାବ ଠାରୁ ଦୂରେଇ ରଖିବା ପାଇଁ ଗ୍ରୀଷ୍ମ ଋତୁରେ ସବୁଜ ସେଡ୍ ନେଟ୍ ବ୍ୟବହାର କରିବା ନିତାନ୍ତ ଜରୁରୀ।ଏହା ମୃତ୍ତିକା ତଥା ବୃକ୍ଷ ଏବଂ ଫସଲ ଉଭୟରୁ ଜଳର ବାଷ୍ପୀକରଣ କମାଇଥାଏ। ବୃକ୍ଷ ଏବଂ ଫସଲକୁ କ୍ଷତିକାରକ ଅତିବାଇଗଣି ରଶ୍ମି ଠାରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ ଯାହାକି ବୃକ୍ଷର ଟିସୁକୁ କ୍ଷତି ପହଞ୍ଚାଇ ବୃକ୍ଷର ବୃଦ୍ଧିର ବାଧକ ସାଜିଥାଏ।

ଏହା ବୃକ୍ଷର ତାପମାତ୍ରା ନିୟନ୍ତ୍ରଣ କରିଥାଏ ଯାହା ଦ୍ଵାରା ଗ୍ରୀଷ୍ମ ସମୟରେ ବୃକ୍ଷ ଅପେକ୍ଷାକୃତ ଥଣ୍ଡା ଓ ଶୀତ ସମୟରେ ଅପେକ୍ଷାକୃତ ଉଷ୍ମ ରହିଥାଏ। ଏହା ଉଦ୍ଭିଦର ରୋଗ ଓ ପୋକର ସଂକ୍ରମଣକୁ ମଧ୍ୟ କମାଇଥାଏ। ବୃକ୍ଷକୁ ଏକ ଉପଯୁକ୍ତ ପରିବେଶ ପ୍ରଦାନ କରିଥାଏ ଯାହାଦ୍ଵାରା ବୃକ୍ଷର ଉତ୍ତମ ବୃଦ୍ଧି ହୋଇଥାଏ।ସବୁଜ ସେଡ୍ ନେଟ୍, ଉନ୍ନତ ମାନର ଫଳ ଚାରା, ବନସ୍ପତି ଚାରା, ପନିପରିବା ଓ ଫୁଲ ଗଛ ଚାରା ପ୍ରସ୍ତୁତି ପାଇଁ ଏକ ଉତ୍ତମ ପ୍ରକଳ୍ପ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×