ମାନ୍ୟବର କେନ୍ଦ୍ର ସରକାର ଚଳିତ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରିଛନ୍ତି। ପୂର୍ବରୁ ଧାନର ମୂଲ୍ୟ ବର୍ଦ୍ଧିତ କରାଯାଇ ୨୩୦୦ ଟଙ୍କା କରାଯାଇଥିଲା, ଏବେ ପୁନର୍ବାର ସରକାର ମୂଲ୍ୟ ବୃଦ୍ଧି କରି ଏମଏସପି ୨୩୦୦ ଟଙ୍କା ନିର୍ଦ୍ଧାରିତ କରିଛନ୍ତି। କେନ୍ଦ୍ର ସରକାର ସମେତ ରାଜ୍ୟ ସରକାର ମଧ୍ୟ କୃଷି ଏବଂ କୃଷକ ସଶକ୍ତିକରଣକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ନିଷ୍ପତ୍ତି ନିଆଯାଇଥିବା ଧାନର ବର୍ଦ୍ଧିତ ମୂଲ୍ୟ ଚଳିତ ବର୍ଷ ଖରିଫ ଋତୁରେ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।
ମାନ୍ୟବର ସରକାର ଅନ୍ନଦାତା ଭଳି କୃଷକମାନଙ୍କୁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ପ୍ରଥମ ଦିନରୁ ସେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇ ଆସୁଛନ୍ତି। କେବଳ ଧାନ ନୁହଁ ବରଂ ବର୍ଷକୁ ବର୍ଷ ମାଣ୍ଡିଆ, ବିରି, ମୁଗ, ଡାଲି ଜାତୀୟ ଶସ୍ୟ ଆଦିର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉଛି। ଉତ୍ପାଦିତ ଶସ୍ୟର ବର୍ଦ୍ଧିତ ମୂଲ୍ୟ ପାଇ ଲାଭବାନ ହେବା ଦ୍ଵାରା ଚାଷୀମାନେ କୃଷି କାର୍ଯ୍ୟ ପ୍ରତି ଅଧିକ ମନ ବଳାଉଛନ୍ତି। କୃଷିକୁ ଅଧିକ ଧ୍ୟାନ ଦେବା ଦ୍ଵାରା ଦେଶର ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟୁଛି, ତେଣୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ କୃଷିକୁ ବହୁ ଆଗରେ ରହିବା ପାଇଁ ଚେଷ୍ଟା କରାଯାଉଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ