ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହାୟତାରେ ସ୍ବାବଲମ୍ବୀ ହୋଇଛନ୍ତି ଗୀତାଞ୍ଜଳି

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅନେକ ଚାଷୀ କୃଷି କ୍ଷେତ୍ରରେ ନିଜର ପରାକ୍ରମ ଦେଖେଇବାରେ ସଫଳ ହେଉଛନ୍ତି। ସେହିପରି ଏହି ଯୋଜନାର ଆର୍ଥିକ ସହାୟତାରେ ନୂଆପଡ଼ା ଜିଲ୍ଲା ଖଲିଆପାଣି ଅଞ୍ଚଳର ଶ୍ରୀମତୀ ଗୀତାଞ୍ଜଳି ଦାସ ବିହନ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରି ନିଜେ ସ୍ବାବଲମ୍ବୀ ହେବ ସହ ଅନ୍ୟକୁ କର୍ମସଂସ୍ଥାନ ମଧ୍ୟ ଯୋଗାଇ ଦେଉଛନ୍ତି। ଏହାଦ୍ବାରା ସେ ଭଗ୍ୟଲକ୍ଷ୍ମୀ ନାମକ ଶଙ୍କର ଜାତୀୟ ବିହନ ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୀତାଞ୍ଜଳି ସ୍ବାବଲମ୍ବୀ ହେବା ସହ ପାଖାପାଖି ୧୦ ରୁ ୧୨ ଟି ପରିବାରକୁ କାମରେ ଲଗାଇଛନ୍ତି।

ସ୍ଥାପିତ ୟୁନିଟ ସାହାଯ୍ୟରେ ନିକଟସ୍ଥ ଅଞ୍ଚଳ ଅନେକ ଚାଷୀ ବିଦେଶ ଛାଡ଼ି ନିଜ ପରିବାର ପାଖରେ ରହି କର୍ମ ସଂସ୍ଥାନ ସୃଷ୍ଟି କରିପାରୁଛନ୍ତି। ବହୁ ପରିମାଣରେ ଧାନ ଏଠାକୁ ଅଣାଯାଇ ୟୁନିଟରେ ଆବଶ୍ୟକୀୟ ପ୍ରକ୍ରିୟାକରଣ କରାଯିବା ପରେ ଉନ୍ନତମାନର ବିହନ ପ୍ରସ୍ତୁତ କରାଯାଉଛି। ଓଡ଼ିଶାରେ ଚାଷ ପାଇଁ ବ୍ୟବହୃତ ଉନ୍ନତ ବିହନ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବା ବେଳେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇପାରିଛି। ଚାଷୀମାନେ ୟୁନିଟରୁ ଉନ୍ନତ ମାନର ବିହନ ଅଳ୍ପ ମୂଲ୍ୟରେ ପାଇପାରୁଛନ୍ତି। ଏହି ବିହନ ସାହାଯ୍ୟରେ ଭଲ ଉତ୍ପାଦନ ହୋଇପାରୁଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×