ଓଡ଼ିଆ ପରମ୍ପରାର ନିଆରା ପର୍ବ ଗର୍ଭଣା ସଂକ୍ରାନ୍ତି

ଆମ ଉତ୍କଳୀୟ ପରମ୍ପରାରେ ସମଗ୍ର ଚାଷୀକୁଳ ପାଇଁ ଏକ ମୁଖ୍ୟ ସଂକ୍ରାନ୍ତି ହେଉଛି ଗର୍ଭଣା ସଂକ୍ରାନ୍ତି। ରଜ ସଂକ୍ରାନ୍ତି,ମକର ସଂକ୍ରାନ୍ତି ପରି ଗର୍ଭଣା ସଂକ୍ରାନ୍ତିର ବି ଆମ ପରମ୍ପରା ରେ ଏକ ବିଶେଷ ଭୂମିକା ରହିଥାଏ। ଓଡ଼ିଶାର ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ। ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ। ତୁଳା ମାସର ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି ନାମରେ ଜଣାଯାଏ। ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ। ଆଜିର ଦିନ ଗର୍ଭଣା ସଂକ୍ରାନ୍ତି ସୁଦ୍ଧା ସବୁ ଧାନ କ୍ଷେତରେ ଥୋଡ ଆସିଯାଏ ବୋଲି ବିଶ୍ୱାସ ରହିଛି। ପ୍ରତିଟି ଚାଷୀ ଘରେ ଏହାକୁ ଉଲ୍ଲାସର ସହ ପାଳନ କରାଯାଇଥାଏ।

ଚାଷୀ ମାନେ ଏହି ଦିନକୁ ନିଷ୍ଠାର ସହିତ ପାଳନ କରନ୍ତି। କୃଷକ ସ୍ନାନାଦି କର୍ମ ସାରି ଅକରାନ୍ତି ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି। ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି- ଆଗେ ବୁଣୁ ପଛେ ବୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ। ଗର୍ଭଣା ସଂକ୍ରାନ୍ତି ବେଳକୁ ଆଗ ଓ ପଛ ବୁଣା ସମସ୍ତ ଧାନଗଛ ଗର୍ଭଧାରଣ କରିସାରିଥାଏ, ଧାନ ଫୁଲ ଧରେ ଓ କେଣ୍ଡା ବାହାରେ। ପାର୍ବଣ ଋତୁରେ ଚାଷୀର ମୁଖ୍ୟ ପର୍ବ ଗର୍ଭଣା ସଂକ୍ରାନ୍ତି ହୋଇଥିଲା ବେଳେ ହର୍ଷ ଉଲ୍ଲାସରେ ଗର୍ଭଣା ସଂକ୍ରାନ୍ତି ପାଳନ କରିଥାନ୍ତି ଚାଷୀ କୁଳ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×