ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଅର୍ଥ ମଞ୍ଜୁର

ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତି (ଲ୍ୟାମ୍ପସ୍‌)ର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆଣିବା ପାଇଁ ସମବାୟ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି। ଦିନକୁ ଦିନ ରାଜ୍ୟ ସରକାର କୃଷି ପାଇଁ ଅନେକ ଯୋଜନା ସହ ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେବା ସହ ସର୍ବଦା ରାଜ୍ୟ ସରକାର ଚାଷୀଙ୍କ ହିତରେ ରହିଛନ୍ତି। ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ୮୫ ଟି ପ୍ୟାକ୍ସ କିମ୍ବା ଲ୍ୟାମ୍ପସ୍‌ ପାଇଁ ୧୦୨,୩୯, ୩୩,୪୦୦/- ଟଙ୍କା ମଞ୍ଜୁର କରିଛନ୍ତି।

ଏହି ଅର୍ଥରେ ୬୪୫ ଗୋଟି ସମିତି ୫୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଗୋଦାମଗୃହ ନିର୍ମାଣ ସହ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରିବେ ଏବଂ ୨୪୦ ଗୋଟି ସମିତି ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରିବେ। ଭିତ୍ତିଭୂମି ବିକାଶ ଯୋଜନାରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ୟାକ୍ସ/ଲ୍ୟାମ୍ପସ୍‌ର ଭିତ୍ତିଭୂମିରେ ବିକାଶ ଆସିବ। ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ୟାକ୍ସ / ଲ୍ୟାମ୍ପସ୍ ଭିତ୍ତିଭୂମିର ବିକାଶ ଦିଗରେ ସରକାରଙ୍କର ଏହା ଏକ ବଳିଷ୍ଠ ପଦକ୍ଷେପ।

ଉପସ୍ଥାପନା :- ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×