ରାଜ୍ୟରେ ପ୍ରଥମ ଥର ପାଇଁ ସୁଗନ୍ଧ ଭରିଦେଇଛି ଦାମୀ ବିଦେଶୀ ଫୁଲ ଇଉଷ୍ଟୋମା

ରାଜ୍ୟର ସମ୍ବଲପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଇଉଷ୍ଟୋମା ଫୁଲ ଓଡିଶାରେ ଏକ ନୂତନ ଇତିହାସ ସୃଷ୍ଟି କରିଛି। ସମ୍ବଲପୁରର ଜୁଜୁମୁରାରେ ଫ୍ଲୋରିକଲ୍ଚର ପଲିହାଉସ୍ ସୁବିଧାର ଉଦ୍ଘାଟନ ସମୟରେ ଲଗାଯାଇଥିବା ଇଉଷ୍ଟୋମା ଗଛର ପ୍ରଥମ ଫୁଲ ଦେଖିବାକୁ ମିଳିଛି। ଏହା ରାଜ୍ୟରେ ପ୍ରଥମ ଇଉଷ୍ଟୋମା ଫୁଲ, ଯାହାକୁ ଦୁଲର୍ଭ ଓ ଉଚ୍ଚମୂଲ୍ୟବାନ ଫୁଲ ବୋଲି ଗଣାଯାଏ। ବିଶ୍ୱବ୍ୟାପୀ ଭାବେ ଏହି ଫୁଲର ଫ୍ଲୋରିକଲ୍ଚର ଶିଳ୍ପରେ ବହୁତ ଚାହିଦା ରହିଛି। ବାଣିଜ୍ୟିକ ଭାବେ ଏହାର ଚାଷ କରାଯାଇଥିଲେ, କୃଷକମାନଙ୍କ ପାଇଁ ବିଶେଷ ଅର୍ଥନୈତିକ ଲାଭ ଆଣିପାରିବ ବୋଲି ଆଶା କରାଯାଉଛି।

ସମ୍ବଲପୁରରେ ଉତ୍ତର ଆମେରିକୀୟ ଫୁଲ ଇଉଷ୍ଟୋମାର ସଫଳ ଚାଷ କରାଯାଇଛି। ଅନେକ ଦେଶରେ ଏହି ଫୁଲର ରହିଛି ଚାହିଦା। ଏହା ଅଧିକ ଦିନ ଧରି ତାଜା ରହିବା ସହିତ ଆକର୍ଷଣୀୟ ଫୁଲ ମଧ୍ୟରେ ଅନ୍ୟତମ। ଯୁବ ଚାଷୀ ଇତିଶ ପ୍ରଧାନଙ୍କ ଉଦ୍ୟମରେ ସଫଳ ହୋଇଛି ଏହି ପ୍ରୟାସ। ଇଉଷ୍ଟୋମା ଫୁଲ ଚାଷ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି। ଅନ୍ତର୍ଜାତୀୟ ଫୁଲ ବଜାରରେ ଚାହିଦାରେ ଥିବା ଫୁଲ ଫୁଟିବା ପରେ ଚାଷୀଙ୍କ ମନରେ ଉତ୍ସାହ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଚାଷକୁ ପ୍ରୋତ୍ସାହନ ଦିଆଯିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×