ବଢୁଛି ମାଣ୍ଡିଆର ଚାହିଦା। ଆଦିବାସୀଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆ ଏବେ ବଡ ବଡିଆଙ୍କ ମୁଖ୍ୟ ଖାଦ୍ୟ ପାଲଟିଛି। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଓ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏବେ ସବୁ ବର୍ଗର ଲୋକଙ୍କ ପସନ୍ଦ ପାଲଟିଛି ମାଣ୍ଡିଆ। ମାଣ୍ଡିଆର ଚାହିଦା ଦିନକୁ ଦିନ ଆହୁରି ବୃଦ୍ଧି କରିବା ପାଇଁ ମାଣ୍ଡିଆ ଚାଷୀମାନେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ଚାଷର ପ୍ରଶିକ୍ଷଣ ନେଇ ମାଣ୍ଡିଆ ଚାଷର ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ସହଯୋଗରେ ସମସ୍ତ ପୁଷ୍ଟିଶସ୍ୟ ଯଥା: ମାଣ୍ଡିଆ, କାଂଗୁ, ସୁଆଁ, ବାଜରା ଆଦି ପଦାର୍ଥକୁ ସମସ୍ତ ଖାଦ୍ୟ ଥାଳିରେ ସାମିଲ କରାଯାଇପାରିଛି।
ରାଜ୍ୟର ଚାଷୀ, ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଫୁଡ୍ ବ୍ଲଗରମାନଙ୍କ ଦ୍ଵାରା ବର୍ତ୍ତମାନ ପୁଷ୍ଟିଶସ୍ୟ କେବଳ ରାଜ୍ୟ ନୁହଁ ବରଂ ସମଗ୍ର ଦେଶରେ ପରିଚିତ ହେବା ସହ ଖ୍ୟାତି ଅର୍ଜନ କରିପାରିଛି। ରାଜ୍ୟର କିଛି ଫୁଡ୍ ବ୍ଲଗରମାନେ ମାଣ୍ଡିଆ, କାଙ୍ଗୁ, ସୁଆଁ, ବାଜରା ଆଦି ଦ୍ଵାରା ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ରାଜ୍ୟ ଏବଂ ଦେଶ ସ୍ଥରରେ ପରିଚିତ କରାଇ ମାଣ୍ଡିଆର ଚାହିଦା ବୃଦ୍ଧି କରୁଛନ୍ତି। ସେହିପରି ଶିବାଶିଷ ଗୁରୁ ନାମକ ଜଣେ ଫୁଡ୍ ବ୍ଲଗର ଓଡ଼ିଶାର ମାଣ୍ଡିଆଯୁକ୍ତ ଖାଦ୍ୟକୁ ପ୍ରସାରିତ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି।
ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ