ଜଳବାୟୁ ଉପଯୋଗୀ ଚାଷକୁ ଗୁରୁତ୍ଵ

ରାଜ୍ୟରେ ଖରିଫ ଚାଷ କିଭଳି ଭଲରେ ହୋଇପାରିବ, ସେନେଇ ଅଣ୍ଟା ଭିଡିଛି ରାଜ୍ୟ କୃଷି ବିଭାଗ। ବିଶେଷକରି ପରିବର୍ତ୍ତିତ ପାଣିପାଗକୁ ଦେଖି ଚାଷୀମାନଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଦେବାକୁ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଜଳବାୟୁ ଉପଯୋଗୀ ଚାଷ କିପରି ଚାଷୀ କରିବେ, ସେନେଇ ସେମାନଙ୍କୁ ତାଲିମ ଦିଆଯିବ। ଏହା ସହିତ ଅଞ୍ଚଳକୁ ସୁହାଇଲା ଭଳି ବିହନ ବି ଦିଆଯିବ। ଯେଉଁ ଅଞ୍ଚଳରେ ଅଧିକ ଜଳ ଉପଲବ୍ଧ, ସେଠାରେ ଭିନ୍ନ କିସମର ଧାନ ଚାଷ ହେବ। ପାଣିପାଗ ବିଭାଗର ଖବରରୁ ପ୍ରକାଶ ଯେ, ଚଳିତବର୍ଷର ମୌସୁମୀ ପ୍ରଦାନ ଖରିଫ ଫସଲ ପାଇଁ ଅନୁକୂଳ ରହିବ । ତେଣୁ ଚାଷୀମାନେ ଆଗାମୀ ଖରିଫ ଋତୁର ଚାଷବାସ ପାଇଁ ପ୍ରସ୍ତୁତି କରିବା ଆବଶ୍ୟକ।

ଅଧିକ ଅମଳ ପାଇବାକୁ ହେଲେ ଫସଲରେ ଉପଯୁକ୍ତ ପରିମାଣ ଖତ ଓ ସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରି ଜମିରେ କେତେ ପରିମାଣର ଯବକ୍ଷାରଜାନ, ପଟାସ ଓ ଫସଫରସ୍ ରହିଛି ସେ କଥା ଜାଣିଲେ ଅନୁମୋଦିତ ପରିମାଣର ସାର ପ୍ରୟୋଗ କରିବାରେ ସୁବିଧାଜନକ ହୋଇପାରିବ।ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଆମର କୃଷିଠୁ ଆରମ୍ଭ କରି ଜୈବ ବିବିଧତା ପର‌୍ୟ୍ୟନ୍ତ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛି । ପାଣିପାଗ ଉପଯୋଗୀ ଗାଁମାନଙ୍କରେ ଅଭ୍ୟୁଥାନ ହେବା ସହ ସମନ୍ୱିତ ଫସଲ ଚାଷକୁ ଆପଣେଇଲେ ପରିବର୍ତିତ ଜଳବାୟୁକୁ ସାମ୍ନା କରିବା ସହିତ କୃଷି ଉତ୍ପାଦନ ବଢ଼ିପାରିବ। ଜଳବାୟୁର ପ୍ରଭାବରୁ ମୁକ୍ତ ହୋଇ ସୁରକ୍ଷିତ କୃଷି ଦିଗରେ ଅଗ୍ରସର ହେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×