କୃଷି କାର୍ଯ୍ୟରେ କୃଷକମାନେ ବୈଜ୍ଞାନିକ ଜ୍ଞାନକୌଶଳ ଅବଲମ୍ବନ କଲେ ହିଁ ରାଜ୍ୟରେ ସର୍ବୋଚ୍ଚ ଉତ୍ପାଦିକତାର ଲକ୍ଷ୍ୟ ହାସଲ କରାଯାଇପାରିବ। କ୍ଷେତ୍ରିୟ କୃଷି ସମ୍ପ୍ରସାରଣ ବ୍ୟବସ୍ଥାର ଆବଶ୍ୟକତା ପୂରଣ କରିବା ହିଁ ସୂଚନା ସଂସ୍ଥାର ମୁଖ୍ୟ ଆଭିମୁଖ୍ୟ। ଜ୍ଞାନକୌଶଳ ହସ୍ତାନ୍ତର ପାଇଁ ସମ୍ପ୍ରସାରଣ ପଦ୍ଧତିକୁ ଦୃଢୀଭୂତ କରିବା ହେଉଛି ଏହାର ଲକ୍ଷ୍ୟ। ଏଆଇ ଭିତ୍ତିକ ଉପକରଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, “ଭାରତ ବିସ୍ତାର ହେଉଛି ଗୋଟିଏ ଭର୍ଚୁଆଲ ଇଣ୍ଟିଗ୍ରେଡେଟ ବ୍ୟବସ୍ଥା। କୃଷିଜାତୀୟ ସମ୍ପଦ ସହ ଏହା ଜଡ଼ିତ। ସେ ବହୁଭାଷୀୟ ଏଆଇ ଉପକରଣ ଭାରତ ବିସ୍ତାର ଲଞ୍ଚର ପ୍ରସ୍ତାବ ଦେଇଛନ୍ତି।
କୃଷି ବିବିଧୀକରଣ ଓ ଗ୍ରାମୀଣ ଜୀବିକାକୁ ମଜବୁତ କରିବାକୁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ବିଭିନ୍ନ ଭୌଗଳିକ ଅଞ୍ଚଳର ଚାଷୀଙ୍କୁ ସହାୟତା କରିବା ପାଇଁ ଉପକୂଳରେ ଥିବା ନଡ଼ିଆ, ଚନ୍ଦନ କାଠ, କୋକା ଓ କାଜୁ ଠାରୁ ଆରମ୍ଭ କରି ପାହାଡ଼ିଆ ଅଞ୍ଚଳରେ ଥିବା ବାଦାମ, ଅଖରୋଟ ଓ ପାଇନ ନଟ୍ସ ଭଳି ଫସଲକୁ ବଳ ଦେବା ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ଶିକ୍ଷାର ମାଧ୍ୟମ ଭାବେ ବହୁଗୁଡ଼ିଏ ପଦ୍ଧତିର ବିକାଶ କରାଯାଇଥିଲେ ହେଁ ଲୋକମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଶିକ୍ଷା ପ୍ରଦାନ ପାଇଁ ମୁଦ୍ରଣ ମାଧ୍ୟମ ଏକ ପ୍ରମୁଖ ମାଧ୍ୟମ ଭାବେ ବିବେଚିତ ହେଉଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
