ବ୍ଲୁ ଇକୋନୋମି, ଯାହାକୁ ବ୍ଲୁ ରିଭୋଲ୍ୟୁସନ୍ ମଧ୍ୟ କୁହାଯାଏ, ଏହା ବଜେଟରେ ମଧ୍ୟ ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥନୀତି ଏବଂ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବ୍ଲୁ ଇକୋନୋମି ୨.୦ ପାଇଁ ଜଳବାୟୁ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଅନ୍ୟାନ୍ୟ ଅନେକ ବିଷୟକୁ ଦୃଷ୍ଟିରେ ରଖି କୋଷ୍ଟାଲ୍ ଆକ୍ୱାକଲଚର ଏବଂ ମାରିକଲଚର ପାଇଁ ଏକ ଯୋଜନା ଆରମ୍ଭ କରାଯିବ ।
୨୦୧୩-୧୪ ପରଠାରୁ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ଦ୍ୱିଗୁଣିତ ହୋଇଛି। ୨୦୧୩-୧୪ ରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୩୦ ହଜାର, ୨୧୩ କୋଟି ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୬୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବିଶ୍ୱରେ କରୋନା ଏବଂ ଅନ୍ୟାନ୍ୟ ମହାମାରୀ ଯୋଗୁଁ ବଜାରରେ ସମ୍ମୁଖୀନ ହେଉଥିବା ସମସ୍ୟା ସତ୍ତ୍ୱେ ୧୧୧.୭୩ ପ୍ରତିଶତ ବୃଦ୍ଧି ଘଟିଛି । ଆଜି ଭାରତୀୟ ସାମୁଦ୍ରିକ ଖାଦ୍ୟ ବିଶ୍ୱର ୧୨୯ ଦେଶକୁ ରପ୍ତାନି ହେଉଛି । ମତ୍ସ୍ୟ ବିଭାଗକୁ ବାର୍ଷିକ ସର୍ବାଧିକ ୨୫୮୪.୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଗତ ବର୍ଷ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ ରହିଛି । ୨୦୧୪-୧୫ ରୁ ୨୦୨୩-୨୪ ବର୍ଷ ପର୍ଯ୍ୟନ୍ତ ଏହି ବିଭାଗକୁ ବଜେଟରେ ୩୬୮୦.୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଦେଶରେ ମତ୍ସ୍ୟ ଚାଷ ସହ ଜଡିତ ବିଭିନ୍ନ ଯୋଜନା ପାଇଁ ୬୩୭୮ କୋଟି ଟଙ୍କା ରିଲିଜ୍ ହୋଇସାରିଛି । ମତ୍ସ୍ୟଜୀବୀ କ୍ଷେତ୍ରରେ ଏପର୍ଯ୍ୟନ୍ତ ୩୮୫୭୨ କୋଟି ଟଙ୍କା ବିନିଯୋଗ ହୋଇଛି । ୨୦୨୨-୨୩ ବର୍ଷରେ ରେକର୍ଡ ମାଛ ଉତ୍ପାଦନ ୧୭୫.୪୫ ଲକ୍ଷ ଟନ୍ ସହିତ ବିଶ୍ୱର ତୃତୀୟ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ଦେଶ ହୋଇପାରିଛି । ବିଶ୍ୱର ମୋଟ ମାଛ ଉତ୍ପାଦନର ଆଠ ପ୍ରତିଶତ ଭାରତରେ ହିଁ ଘଟିଥାଏ ବୋଲି ଜଣାପଡିଛି ।