ଶୁଷ୍କ ମାଟିର ସୁନା – ମାଣ୍ଡିଆ

0

ଆମ ରାଜ୍ୟ ଓଡ଼ିଶା – ଏ ମାଟି ଚାଷୀର ମାଟି । କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ତିନି ତିନି ଥର କୃଷି କର୍ମଣ ପୁରସ୍କାରରେ ପୁରସ୍କୃତ । ଆମ ସଭ୍ୟତା ଓ ସଂସ୍କୃତି କୃଷି ଉପରେ ପର୍ଯ୍ୟବସିତ । ଭାରତୀୟ ସଭ୍ୟତାର ଏନ୍ତୁଡ଼ିଶାଳ କୃଷି । କୃଷି ଆମ ଜନଜୀବନର ମୋ÷ଳିକ ଉପାଦାନ । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷିକୁ ବାଦ ଦେଇ ଜନଜୀବନର ପରିକଳ୍ପନା କରିବା ଏକ କଷ୍ଟକର ବ୍ୟାପାର । ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଉଥିଲେ ମଧ୍ୟ ମାଣ୍ଡିଆର ଚାହିଦା କିନ୍ତୁ ଢେ଼ର ଅଧିକ । ମାଣ୍ଡିଆ – ସେ ଶୁଷ୍କ ମାଟିର ସୁନା । ଶୁଷ୍କ ମାଟିରେ ଚାଷ କରୁଥିବା ଚାଷୀର ମାନସ ସନ୍ତାନ । ପୁଷ୍ଟିସାରରେ ପରିପୂର୍ଣ୍ଣ ଆଉ ସ୍ୱାଦରେ ଲୋଭନୀୟ । ମାଣ୍ଡିଆ ଚାଷକୁ ଉପକୂଳବର୍ତ୍ତୀ ଅଂଚଳରେ ବେଶୀ ପରିମାଣରେ ଚାଷ କରାଯାଉନଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଏହା ଏକ ପ୍ରମୁଖ ଭୂମିକା ନିଭାଇଛି । ମାଣ୍ଡିଆ ଚାଷ ଅନେକଙ୍କ ଜୀବିକାର ଚାବିକାଠି ସାଜିଛି । ଅନେକଙ୍କ ମୁହଁରେ ଦି ଓଳି ଦାନା ପଡ଼ୁଛି ତ ଏଇ ମାଣ୍ଡିଆ ପାଇଁ । ମାଣ୍ଡିଆ ରତ୍ପାନୀ କ୍ଷେତ୍ରରେ ବେଶ ଆଗୁଆ ଥିବା ଓଡ଼ିଶା ଏହାକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରାୟ ସବୁ ଋତୁମାନଙ୍କରେ ଏହାକୁ ଚାଷ କରାଯାଉଥିବା ବେଳେ ମାଣ୍ଡିଆ ଏବେ ବିଭିନ୍ନ ପ୍ରଦର୍ଶନୀ ମେଳାରେ ଦର୍ଶକ ମାନଙ୍କ ମନରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛି । ସେ ମାଣ୍ଡିଆ ସୁପ୍‌ ହେଉ କି କେକ୍‌ ଅବା ମାଣ୍ଡିଆ ପିଠା ଏସବୁଥିରେ ଓଡ଼ିଆ ମାଟି, ପାଣି ଆଉ ପବନର ବାସ୍ନା ବେଶ ସହଜରେ ବାରି ହୋଇପଡେ଼ । ସେଇଥି ପାଇଁ ତ ମାଣ୍ଡିଆ ପାଖରେ ଭିଡ଼ର ଆସର ଜମେ । ତେବେ ଏ ମାଣ୍ଡିଆ ଚାଷ ପାଇଁ ଆବଶ୍ୟକୀୟ ଜଳବାୟୁ ଓ ଚାଷ ପ୍ରଣାଳୀକୁ ନେଇ ଆମର ଏଥରର ସ୍ୱତନ୍ତ୍ର ଉପସ୍ଥାପନା – ଶୁଷ୍କ ମାଟିର ସୁନା- ମାଣ୍ଡିଆ….

nano urea

ମାଣ୍ଡିଆ କଣ ?
ମାଣ୍ଡିଆ ଏକ କ୍ଷୁଦ୍ର ଦାନା ଯୁକ୍ତ , ଗରମ ଦିନିଆ ଫସଲ । ଏହା ମରୁଡ଼ି ସହ୍ୟ କରିପାରେ । ଶୁଷ୍କ ଓ ଅଧିକ ତାପାମାତ୍ରା ଥିବା ଅଂଚଳରେ ଏହା ସହଜରେ ବଢ଼ିପାରେ । ମାଣ୍ଡିଆ ଚାଷ ହୋଇଥିବା ଜମି ଖୁବ ଉର୍ବର ହୋଇଥାଏ । ଏହା ରୋଗ ପୋକ ସହନଶୀଳ ଫସଲ ଅଟେ । ମାଣ୍ଡଆ ଅମଳ ପରେ ଏହାକୁ ଆମେ ସୁପ , ପକୋଡ଼ି , ପିଠା ପରି ବିଭିନ୍ନ ଖାଦ୍ୟ ଭାବେ ଗ୍ରହଣ କରିପାରୁ । ଏହା ଧାନ ଅପେକ୍ଷା ଖୁବ କମ ପାଣିରେ ବଢ଼ିପାରିଥାଏ । ଏହା ପୁଷ୍ଟିକରଯୁକ୍ତ ଶସ୍ୟ ହୋଇଥିବା ବେଳେ କ୍ୟାଲସିୟମରେ ପରିପୂର୍ଣ୍ଣ ଥାଏ । ଏହା କମ ଉର୍ବର ମାଟିରେ ବି ଭଲ ଭାବରେ ବଢ଼ିପାରିଥାଏ ।

ଜମି ପ୍ରସ୍ତୁତି –
ମାଣ୍ଡିଆ ଫସଲ ଚାଷ କରିବା ପାଇଁ ପ୍ରଥମତଃ ଜମି ପ୍ରସ୍ତୁତି କରିବା ଆବଶ୍ୟକ । ତଳି ପ୍ରସ୍ତୁତି କରିବା ପାଇଁ ୫୦୦ ସ୍କୋୟାର ମିଟରର ଏକ ସ୍ଥାନ ଚୟନ କରାଯାଇଥାଏ । ସ୍ଥାନକୁ ଏମିତି ଜାଗାରେ ଚୟନ କରିବା ଆବଶ୍ୟକ ଯେଉଁଠାରେ ଆବଶ୍ୟକ ପରିମାଣର ପାଣି ଉପଲବ୍ଧ ହୋଇପାରୁଥିବ । ଏହା ପରେ ୩୭.୫ କିଗ୍ରା ସୁପର ଫସଫେଟକୁ ୫୦୦କିଗ୍ରା କମ୍ପୋଷ୍ଟ ସହ ମିଶାଇ ଏହି ତଳିରେ ବୁଣାଯାଇଥାଏ ।
ବିହନ ବିଶୋଧନ- ବିହନ ବୁଣିବା ପୂର୍ବରୁ ପ୍ରଥମେ ବିହନ ବିଶୋଧନ କରାଯିବା ନିତ୍ୟାନ୍ତ ଆବଶ୍ୟକ । ତେବେ ବିହନ ବିଶୋଧନ କରିବା ନିମନ୍ତେ ଏକ କିଗ୍ରା ବିହନକୁ କାର୍ବେଣ୍ଡାଜିମ ଦ୍ରବଣ (ଏକ ଲିଟରରେ ୨ଗ୍ରାମ ଲେଖାଏଁ) ରେ ବୁଡ଼ାଇ ବିଶୋଧନ କରାଯାଏ । ଏହା ପରେ ଏହାକୁ ପାଣିରେ ୧୦ଘଣ୍ଟା ବୁଡେ଼ଇ ରଖାଯାଏ । ପରେ ପାଣି ନିଗିଡ଼ିଲା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ । ଏହା ଯୋଗୁଁ ଚାରାକୁ ୨୦ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରେ । ଏତଦ୍‌ବ୍ୟତୀତ ଜୈବିକ ଉପାୟରେ ଆଜୋସ୍ପିରିଲମକୁ ହେକ୍ଟର ପିଛା ୬୦୦ଗ୍ରାମ ଦ୍ୱାରା ବିଶୋଧନ କରାଯାଇପାରେ ।
ବିହନ ବୁଣା-
ତଳି ପକାଇଥିବା ସ୍ଥାନରେ ଅଳ୍ପ ଗଭୀରରେ ଗାତ କରାଯାଇଥାଏ । ୫କିଗ୍ରା ବିହନକୁ ତଳିରେ ବୁଣାଯାଇଥାଏ। ବୁଣା ସରିବା ପରେ ଏହାକୁ କିଛି ମାଟି ଦ୍ୱାରା ଘୋଡ଼ାଇ ଦିଆଯାଇଥାଏ । ଏହା ଉପରେ ୫୦୦ କିଗ୍ରା କମ୍ପୋଷ୍ଟକୁ ମଧ୍ୟ ବ୍ୟବହାର କରାଯାଇଥାଏ । ୧୭ ରୁ ୨୦ ଦିନ ପରେ ଏହା ରୋଇବା ଲାଗି ଉପଯୁୁକ୍ତ ହୋଇଯାଇଥାଏ ।
ମୁଖ୍ୟ ଜମି ପ୍ରସ୍ତୁତି-
ଜମିକୁ ଭଲ ଭାବରେ ହଳ କରି ମଇ ଦେଇ ସମତୁଲ କରିବା ଆବଶ୍ୟକ । ଏହା ଦ୍ୱାରା ମାଟି ହାଲୁକା ହେବା ସହ ମୃତ୍ତିକାର ଜଳଧାରଣ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ । ଏହା ପରେ ହେକ୍ଟର ପିଛା ୧୨.୫ ଟନ କମ୍ପୋଷ୍ଟକୁ ଜମିରେ ମିଶାଯାଇ ପୁଣି ହଳ କରାଯାଇଥାଏ । ଯେମିତିକି କମ୍ପୋଷ୍ଟ ମାଟିରେ ଭଲ ଭାବରେ ମିଶିପାରିବ । ଏହା ଦ୍ୱାରା ମାଟିର ଉର୍ବରତା ବୃଦ୍ଧି ପାଇଥାଏ ।
ଚାରା ରୋପଣ-
ଜମିକୁ ଭଲ ଭାବରେ ସମତୁଲ କରିବା ପରେ ୩ ସେମି ଗଭୀରରେ ଚାରାକୁ ପୋତିବା ଉଚିତ । ୧୮ରୁ ୨୦ ଦିନ ପରେ ଚାରା ରୋପଣ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୨୨.୫ସେମି ଓ ଗଛକୁ ଗଛ ୧୦ସେମି ଦୂରତା ଛାଡ଼ି ଚାରା ଲଗାଇବା ଉଚିତ୍‌ ।
ସାର ପ୍ରୟୋଗ-
ଜମିରେ ସାର ପ୍ରୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ । ହେକ୍ଟର ପିଛା ୬୦ କିଗ୍ରା ୟୁରିଆ , ୩୦ କିଗ୍ରା ଫସଫରସ ଓ ୩୦ କିଗ୍ରା ପଟାସକୁ ଜମିରେ ପ୍ରୟୋଗ କରିବା ଆବଶ୍ୟକ ।
ଅମଳ – ଏହାକୁ ଦୁଇଟି ବିଭାଗରେ ଅମଳ କରିବା ଆବଶ୍ୟକ । ପ୍ରଥମେ ଯେତେବେଳେ ଏହା ମାଟିଆ ରଙ୍ଗର ହୋଇଯାଏ , ସେତେବେଳେ ଏହାକୁ ଅମଳ କରାଯାଇପାରେ ।

ପ୍ରସ୍ତୁତି ଓ ଉପସ୍ଥାପନା – ଡ଼ି ଶୁଭମ୍‌

Leave A Reply

Your email address will not be published.

five × 2 =