ଜୈବିକ କୃଷି ପ୍ରଣାଳୀ ମୁଖ୍ୟତଃ ଫସଲ ,ସବୁଜ ଖତ ,ଜମିରେ ବାକି ରହିଯାଇଥିବ୍ବା ପୁରୁଣା ଫସଲ ଅବଶେଷ,ଏବଂ ରୋଗପୋକ ନିୟନ୍ତ୍ରଣ ଉପରେ ନିର୍ଭର କରେ,ଯାହାକି ମାଟିର ଉତ୍ପାଦକତା କୁ ସନ୍ତୁଳିତ ରଖେ। ସମ୍ପୂର୍ଣ ପ୍ରକୃତିକ ଉପାଯରେ ଜୈବିକ ଖତ ଓ ଜୈବିକ କୀଟନାଶକ ଔଷଧ ପ୍ରୟୋଗ କରି ଚାଷ କରିବା ପ୍ରଣାଳୀ କୁ ଜୈବିକ କୃଷି କୁହାଯାଏ ।ବୈଜ୍ଞାନିକ ପ୍ରଣାଳୀରେ ଜୈବିକ କୃଷି କରାଯାଇ ଫସଲ ଉତ୍ପାଦନରେ ବୃଦ୍ଧି ଏବଂ ରୋଗୋପୋକ ମଧ୍ୟ ନିୟନ୍ତ୍ରଣ କରାଯାଇଥାଏ। ବିଭିନ୍ନ ଫସଲରେ ବିଭିନ୍ନ ସମୟରେ ରୋଗ,କୀଟ ଆଦି କୁ ନିୟନ୍ତ୍ରଣ କରିବା ନିମାନେ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ କୀଟନାଶକ ଗୁଡିକ ର ବ୍ୟବହାର କରାଯାଇଥାଏ। ରାସାୟନିକ କୀଟନାଶକ ଭଳି ଏହା ରୋଗପୋକ ଦମନ କରିଥାଏ।
ଜୈବିକ କୃଷି ମାଧ୍ୟମରେ ଚାଷ କଲେ ସାଧାରଣତଃ ଜୈବ ଉତ୍ପାଦ, ସୁରକ୍ଷିତ ଜଳସେଚନ ଏବଂ ଉନ୍ନତ ଚାଷ ପ୍ରଣାଳୀର ଆବଶ୍ୟକତା ଥାଏ। ଜୈବ ଉତ୍ପାଦ ପ୍ରୟୋଗ କରିବା ଦ୍ୱାରା ମୃତ୍ତିକାର ଗୁଣବତ୍ତା ବୃଦ୍ଧି ହେବ ସହ ଶସ୍ୟର ଅପଚୟ ହୋଇନଥାଏ। ସୁରକ୍ଷିତ ଜଳସେଚନ ଦ୍ଵାରା ଜଳ ଉତ୍ସର ବୃଦ୍ଧି ପାଇଥାଏ ଏବଂ ଶୁଖିଲା ପାଗରେ ଜଳର ସୁବିନିଯୋଗ ହେବା ସହ ଚାଷୀଙ୍କୁ ଆର୍ଥିକ କ୍ଷତିରୁ ରକ୍ଷା କରେ। ଧାଡ଼ିରେ ଚାଷ ଓ ଅନ୍ତଃଫସଲ ଚାଷ କରିବା ଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବା ସହ କୃଷି ସାମଗ୍ରୀର ଉପଯୋଗ ବୃଦ୍ଧି ପାଇଥାଏ। ଜୈବିକ କୃଷି ଯୋଗୁଁ ଜମିର ଉର୍ବର ଶକ୍ତି ବଢିବା ସହିତ ପରିବେଶ ର ସୁରକ୍ଷା ସହ ଜଳ ଉତ୍ସ ନିର୍ମଳ ତଥା ନିରାପଦ ରୁହେ । ଏହି ପ୍ରଣାଳୀ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ନ ପକାଇ ରୋଗ ପୋକ ନିୟନ୍ତ୍ରଣ କରିଥାଏ।
ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ