ଶ୍ରୀ ଅନ୍ନ ଅଭିଯାନ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ମିଲେଟ୍ ଶକ୍ତି ଷ୍ଟଲ ସ୍ଥାପନ

ଶ୍ରୀ ଅନ୍ନ ଅଭିଯାନ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ସ୍ଥିତ ଦାରିଙ୍ଗବାଡିରେ ଆୟୋଜିତ ଇକୋରିଟ୍ରୀଟ୍ ରେ ଏକ ମିଲେଟ୍ ଶକ୍ତି ଷ୍ଟଲ ସ୍ଥାନ ପାଇଛି। ମଦର ଟେରେସା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହି ଷ୍ଟଲର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହି ଷ୍ଟଲରେ ମାଣ୍ଡିଆ କାକରା, ପୋଡ଼ ପିଠା ଏବଂ ଲଡୁ ସମେତ ମୁଡୁକି, ଛତୁଆ ଆଦି ଉପଲବ୍ଧ ହେଉଥିବାରୁ ଭ୍ରମଣକାରୀମାନେ ଏହି ସମସ୍ତ ଖାଦ୍ୟର ମଜା ନେଉଥିବା ଦେଖିବାକୁ ମିଳୁଛି। ଏହି ଷ୍ଟଲ କନ୍ଧମାଳ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଘରେ ଘରେ ମିଲେଟ୍‌‌ ଫୁଡ୍‌‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ ଓ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଆଉ ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏକାଠି ହୋଇ ଏକ ନିଆରା ପ୍ରୟାସ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମିଲେଟ ଷ୍ଟଲ୍ ସ୍ଥାପନ କରୁଛନ୍ତି। ସହରରେ ମିଲେଟ୍‌‌ ଫୁଡ୍‌‌ର ପ୍ରଚାର ପ୍ରସାର ପାଇଁ ମା’ମାନେ ଏହି ପଦକ୍ଷେପ ନେଉଛନ୍ତି। ଷ୍ଟଲ୍‌ରେ ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ୍‌‌ଜାତୀୟ ଖାଦ୍ୟର ପସରା ଦେଖିବାକୁ ମିଳୁଛି। ମିଲେଟ୍‌‌ରୁ ପ୍ରସ୍ତୁତ କୁକିଜ୍‌‌, ସୁପର୍‌‌ ଫୁଡ୍‌‌ ଛତୁଆ ଗୁଣ୍ଡ, ମୁଡ଼କୀ ଆଦି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି।

0

Leave A Reply

Your email address will not be published.

13 − one =